

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସାବେରୀ ଛାତ୍ରୀ ନିବାସର ଗୋଟିଏ ଭାଗ ଗତକାଲି ଭୁଶୁଡ଼ି ଯାଇଥିବା ସୂଚନା ମିଳିଛି । ଏହାକୁ ନେଇ ଏବେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ଘଟଣା ଘଟିବା ପରେ ଛାତ୍ରୀମାନଙ୍କୁ ନୂତନ ହଷ୍ଟେଲକୁ ସ୍ଥାନାନ୍ତରିତ କରାଯିବା ପରେ ସାବେରୀ ହଷ୍ଟେଲକୁ ବନ୍ଦ କରି ଦିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ପୂର୍ତ ବିଭାଗର ଅଧିକାରୀମାନେ ଆସି କୋଠାର ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ସେହି ନିବାସରେ ଥିବା ଛାତ୍ରୀମାନେ ଘଟଣାକୁ ନେଇ ଭୟ ପ୍ରକାଶ କରିଥିବା ବେଳେ କ୍ୟାମ୍ପସରେ ଆଉ କିଛି ହଷ୍ଟେଲ ଏବେ ବି ବିପଦ ସଙ୍କୁଳ ଅବସ୍ଥାରେ ଥିବା କୁହାଯାଇଛି । ସେପଟେ ଏକ ଟିମ୍ ମାଧ୍ୟମରେ ୧୦ ଦିନ ଭିତରେ ସମସ୍ତ ହଷ୍ଟେଲ ଓ କୋଠା ଘରର ଅନୁଧ୍ୟାନ କରାଯାଇ ସେ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ରଞ୍ଜନ କୁମାର ବିଶ୍ୱାଳ କୁଳସଚିବ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


