ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ : ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୯ଟି ଏନଏସିର ୧୧୧୯ ଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ

ଛତ୍ରପୁର (ସମୃଦ୍ଧ ଓଡିଶା )ଓଡ଼ିଶାରେ ପ୍ରଥମ କରି ଭୂମିହୀନ ପରିବାରଙ୍କ ପାଇଁ ଥଇଥାନ କରିବା ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ନେଇ ଥିବାରୁ  ଗଂଜାମ ଜିଲ୍ଲା ଛତ୍ରପୁରରେ ରାଜ୍ୟସ୍ତରୀୟ ସମାରୋହ କରି ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ  କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ଜମି ପଟ୍ଟା ବଣ୍ଟନ  କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲା ଓ ପୁରୀ ଜିଲ୍ଲାର ବହୁ ଏନ୍ଏସି ବସ୍ତିବାସିନ୍ଦାଙ୍କୁ ଚିହ୍ନଟ କରି ପ୍ରମାଣ ପତ୍ର ବଂଟନ କରାଯାଇଛି  । ଆଜି ଦ୍ୱିତୀୟ ପର୍ଯ୍ୟାୟରେ  ପୁରୀଠାରେ  ଭୂମିହୀନ ବସ୍ତିବାସିନ୍ଦାଙ୍କୁ ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେଇ ବସ୍ତିବାସିନ୍ଦାଙ୍କୁ  ଜମି ପଟ୍ଟା ବଣ୍ଟନ  ସହ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ଘର, ପାଇପ, ରାସ୍ତା, ଏଲଇଡି ଲାଇଟ ଆଦି ସୁବିଧା ସୁଯୋଗ ପାଇବେ ବୋଲି କହିଥିଲେ । ଏଥିରେ ରାଜ୍ୟ ଏନ୍ଏସି ଏବଂ ମ୍ୟୁନିସିପାଲିଟିରେ ବସବାସ କରୁଥିବା ୨୮ ଲକ୍ଷ ବସ୍ତିବାସିନ୍ଦାଙ୍କୁ ସମସ୍ତ ସୁବିଧା ଦିଆଯିବ । ପୁରୀଠାରେ ବସ୍ତିବାସିନ୍ଦା କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀ ଗଂଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ କ୍ରମେ ୯ଟି ଏନ୍ଏସି ଆସିକା, ଗଂଜାମ, ଭଂଜନଗର, ରମ୍ଭା, ବେଲଗୁଣ୍ଠା, ସୋରଡ଼ା, କୋଦଳା, ପୁରୁଷୋତମପୁର, ବୁଗୁଡ଼ା ୩୦ଟି ବସ୍ତି ଅଂଚଳର ୧୧୧୯ ଜଣ ଭୂମିହୀନଙ୍କୁ ପ୍ରମାଣ ପତ୍ର ସହ ସେମାନଙ୍କୁ ଥଇଥାନ ନିମନ୍ତେ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ଏହି ଅବସରରେ ଆଜି ଛତ୍ରପୁରସ୍ଥିତ ନବନିର୍ମିତ ଜିଲ୍ଲା ପରିଷଦ ଭବନ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ  କନଫରେନସି ମାଧ୍ୟମରେ ଭୂମି ହୀନଙ୍କ ଜମି ବଣ୍ଟନ ଉପରେ ଆଲୋଚନା କରିଥିଲେ । ଆଜି ୯ଟି ଏନ୍ଏସିର ୧୦୦ ଜଣଙ୍କୁ ଭୂମିହୀନ ବସ୍ତିବାସିନ୍ଦା ପ୍ରମାଣ ପତ୍ର ଦିଆଯାଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଡ.ସିଦ୍ଧାନ୍ତ ମହାପାତ୍ର, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ଡ.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଛତ୍ରପୁର ବିଧାୟକ ଡ.ପ୍ରିୟାଂଶୁ ପ୍ରଧାନ, ଜିଲ୍ଲା ସହରାଂଚଳ ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚୀ ହୋତା, ୯ଟି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ହିତାଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା