

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ ଜାରୀ କରାଯାଇଥିବା ବେଳେ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ, ଦେଓଗାଁ, କପିଳାସ ତରଫରୁ ଆଜି ବିଭିନ୍ନ ସ୍ଥାନ ମାନଙ୍କରେ ଭୋକିଲା ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ୟୁଥ୍ କ୍ଲବର କିଛି ସଦସ୍ୟଙ୍କ ସହ କିଛି ସେଚ୍ଛାସେବୀ ଏବଂ ଆଗ୍ରହୀ ବ୍ୟକ୍ତି ମାନେ ଆର୍ଥିକ ସହଯୋଗର ହାତ ବଢାଇଛନ୍ତି । ତେଣୁ କ୍ଳବ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହି ଭଳି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ଲବ ପକ୍ଷରୁ କୁହାଯାଇଥିବା ଜଣାପଡିଛି ।
ରିପୋର୍ଟ : ଶୁଭମ ପାଣି