ନୂଆଦିଲ୍ଲୀ -ବୋଲଡର ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଲେଖକ ସେଲିନ୍ ବେଟର କହିଛନ୍ତି ଯେ, ଭୋର୍ରୁ ଉଠିବା ଲାଭଦାୟକ। ସେ ନିଜର ଗବେଷଣାରୁ ଜାଣିପାରିଛନ୍ତି ଯେ, ସକାଳୁ ଉଠୁଥିବା ଲୋକଙ୍କଠାରେ ମାନସିକ ଅବସାଦ ବା ଡିପ୍ରେସନ୍ ହେବାର ଆଶଙ୍କା କମ୍ ଥାଏ।ଏସଂପର୍କରେ ଗବେଷଣା କରି କୋଲୋରାଡୋ-ବୋଲଡର ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଲେଖକ ସେଲିନ୍ ବେଟର କହିଛନ୍ତି ଯେ ଯେଉଁମାନେ ବିଳମ୍ବିତ ରାତିରେ ଶୋଉଛନ୍ତି , ସେମାନଙ୍କଠାରେ ମାନସିକ ଅବସାଦର ଆଶଙ୍କା ଅଧିକ, ଭୋର୍ରୁ ଉଠିବା ଲାଭଦାୟକ। ସେ ନିଜର ଗବେଷଣାରୁ ଜାଣିପାରିଛନ୍ତି ଯେ, ସକାଳୁ ଉଠୁଥିବା ଲୋକଙ୍କଠାରେ ମାନସିକ ଅବସାଦ ବା ଡିପ୍ରେସନ୍ ହେବାର ଆଶଙ୍କା କମ୍ ଥାଏ।ଯେଉଁମାନେ ଅନିୟମିତ ଶୈଳୀରେ ଶୟନ କରୁଛନ୍ତି, ସେମାନଙ୍କଠାରେ ବି ମାନସିକ ଅବସାଦର ଆଶଙ୍କା ରହିଛି। ଏହି ଗବେଷଣାର ସନ୍ଦର୍ଭ ‘ସାଇକିଆଟ୍ରିକ୍ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଗବେଷଣାରେ ୩୨ ହଜାର ଲୋକଙ୍କୁ ସାମିଲ୍ କରାଯାଇଥିଲା। ଏମାନଙ୍କ ମଧ୍ୟରୁ କେତେକ ଠିକ୍ ସମୟରେ ଶୋଉନଥିବା ଓ କେତେକ ବଡ଼ିଭୋର୍ରୁ ଉଠୁଥିବା ଲୋକ ବି ଥିଲେ। ଏମାନଙ୍କୁ ୨୪ ଘଣ୍ଟା ଯାଏଁ ପରୀକ୍ଷଣ ଭିତରେ ରଖାଯାଇ ଗବେଷଣା କରାଯାଇଥିଲା। ଅବଶେଷରେ ଜଣାପଡିଥିଲା ଯେ, ଯେଉଁମାନେ ବଡିଭୋର୍ରୁ ଉଠନ୍ତି ସେମାନେ ମାନସିକ ଅବସାଦଗ୍ରସ୍ତ ହୋଇନଥାନ୍ତି। ଏଥିଲାଗି ଅନେକ ସମୟରେ ସମସ୍ତଙ୍କୁ ସକାଳୁ ଉଠିବା ଲାଗି ପରାମର୍ଶ ଦିଆଯାଇଥାଏ।