

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସଦର ବ୍ଲକ ମଙ୍ଗଳପୁର ଗ୍ରାମରେ ମା” ହରଚଣ୍ଡୀ ଯୁବକ ସଂଘ ପକ୍ଷରୁ ଆଜି ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅବକାରୀ ବିଭାଗର ଜର୍ଜ ଭିକାରି ଚରଣ ରାଉତ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏଥିରେ ଗ୍ରାମର ବରିଷ୍ଠ ବ୍ୟକ୍ତି, ସମସ୍ତ ମହିଳା ସ୍ୱୟଂ ସହାୟତାର ମା” ମାନେ, ସ୍କୁଲର ଛାତ୍ରଛାତ୍ରୀ, ଯୁବକ ସଂଘର ସମସ୍ତ ସଦସ୍ୟ, ଢେଙ୍କାନାଳ ଜିଲ୍ଲାର ହେଲପିଙ୍ଗ ହାଣ୍ଡସ ସୋସାଇଟି ସମସ୍ତ ସଦସ୍ୟମାନେ ଯୋଗଦାନ କରି ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ଏହି ଅବସରରେ ଯୁବକ ସଂଘର ମହିଳା ସଦସ୍ୟ ବେବି, ଲୁସି, ବର୍ଷା ଓ ଲିଙ୍କି ଜାତୀୟ ସଂଗୀତ ଗାନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
