ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ସମସ୍ତ ବ୍ଲକରେ ମହାଆଡ଼ମ୍ବର ସହ ପୂଜା ପାଉଛନ୍ତି ମା’ । ସେହିପରି ପାରଳାଖେମୁଣ୍ଡି ସହରରେ ବର୍ତ୍ତମାନ ପାର୍ବଣ ମହଲ । ସହରର ବିଭିନ୍ନ ସ୍ଥାନରେ ମାଁ ଦୁର୍ଗାଙ୍କ ମୃଣ୍ମୟା ପ୍ରତିମା ପୂଜା ପାଉଛନ୍ତି । ମାଁଙ୍କ ଦର୍ଶନ ପାଇଁ ବିଭିନ୍ନ ପୁଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳୁଛି । ଫଳରେ ସହରର ବର୍ତ୍ତମାନ ଗହଳି ଲାଗି ରହିଛି । ସହରର ଖଞ୍ଜା ସାହି, ବଡ ବ୍ରାହ୍ମଣ ସାହି ଛକରେ ନବରାତ୍ର ପୂଜା ହେଉଥିବାରୁ ଏହି ଦୁଇ ସ୍ଥାନରେ ମାଁ ପୂଜା ପାଉଛନ୍ତି । ଷଷ୍ଠୀ ଠାରୁ ଗାନ୍ଧୀ ଛକ, ରାଜଗୁରୁ ସାହି, କଟିକା ସାହି, କଲେଜ ଛକ, ବିଦ୍ୟୁତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଆଦି ସ୍ଥାନରେ ପୂଜା ମଣ୍ଡପରେ ମାଁଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଆଗାମୀ ଦିନରେ ସହରର ବିଭିନ୍ନ ପୂଜା ମଣ୍ଡପରେ ମାଁ ପୂଜା ପାଇବେ । ଏହି ଅବସରରେ ଅଷ୍ଟମୀ, ନବମୀ ଓ ଦଶହରାରେ ପ୍ରବଳ ଭିଡ଼ ହେବାକୁ ଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ ବ୍ୟାପକ ପୋଲିସ୍ ଫୋସ ମୁତୟନ କରାଯିବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା