
ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତ୍ତଳ ଛକ ନିକଟରେ ଥିବା ଦେଶୀ ମଦ ଦୋକାନ ସାମ୍ନାରେ ଆଜି ସକାଳେ ୧୦ ଘଣ୍ଟ ସମୟ ମଦ ଦୋକାନରୁ ମଦ ପିଇ ରାମଚନ୍ଦ୍ରପୁର ଗ୍ରାମ କୈଳାସ ମହାରଣା (୨୯) ନାମକ ଏକ ବ୍ୟକ୍ତି ନିଶା ଅବସ୍ଥାରେ ନାଳରେ ପଡି ମୃତ୍ୟୁ ବରଣ କରିଛନ୍ତି । ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହିଞ୍ଜିଳି ଥାନା କେଶ ନଂ ୧୫/୨୦ ପ୍ରକାରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଛନ୍ତି । ଲକଡାଉନ ଚାଲି ଥିବା ବେଳେ ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ମଦ ଦୋକାନ ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲା ବେଳେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ଏବଂ ଉକ୍ତ ଦେଶି ମଦ ଦୋକାନ ବନ୍ଦ କରିବାକୁ ସାଧାରଣରେ ଦାବି ହେଉଥିବା ଜଣାପଡିଛି ।
ରିପୋର୍ଟ-ବିପ୍ଳବ ସେଠୀ