ମନରେଗା କାର୍ଯ୍ୟ ଚାଲିଛି ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ : ଶ୍ରମିକ ଦିବସରେ ବି ଛୁଟି ନାହିଁ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଲାଞ୍ଜିଆ ପଞ୍ଚାୟତର ବାଳକୃଷ୍ଣପୁର ଗ୍ରାମରେ ଜେସିବି ମେସିନ ଜରିଆରେ ମନରେଗା କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ଏମିତିକି ମଇ ଦିବସ ତଥା ଶ୍ରମିକ ଦିବସ ପରି ଦିନରେ ମଧ୍ୟ ଉକ୍ତ ଡ୍ରାଇଭରଙ୍କୁ ସଂପୃକ୍ତ ଜେସିବି ମାଲିକ ଛୁଟି ଦେଇନଥିବା ଖବର ନେବାରୁ ଜଣାପଡିଛି । ତେବେ ଭୟରରେ ସେ ତାଙ୍କ ନାଁ ଗୋପନ ରଖିଛନ୍ତି । ପ୍ରକାଶ ଥାଉକି କୋଭିଡ୧୯ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ପଦାଧିକାରୀ ସଦା ସର୍ବଦା ତତ୍ପର ଥାଉ ଥାଉ ମଧ୍ୟ ଗ୍ରାମାଞ୍ଚଳରେ ଜେସିବି ମେସିନ ଜରିଆରେ କିଭଳି ମନରେଗା କାର୍ଯ୍ୟ ଚାଲୁଛି । ସାମାଜିକ ଦୂରତା ସହ ମାସ୍କ ପରିଧାନ କରି ଶ୍ରମିକମାନଙ୍କୁ କାମରେ ଲଗାଇ ଶ୍ରମିକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ସହ ସର୍ତ୍ତାବଳି ଜାରି କରିଛନ୍ତି । ଉକ୍ତ ଅଞ୍ଚଳରେ ଜବ କାର୍ଡ ଥାଇ ମଧ୍ୟ କୋରୋନା ଆଳରେ ଘରୁ ବହାରିବାକୁ ମନା କରି ଶ୍ରମିକ ମାନଙ୍କ ଦ୍ୱାରା କାର୍ଯ୍ୟ ନକରି ସେମାନଙ୍କ ଟଙ୍କାକୁ ଆତ୍ମସାତ କରୁଛନ୍ତି ବୋଲି ସମାଲୋଚନା ସହ ସନ୍ଦିହାନ ମଧ୍ୟରେ ସଂପୃକ୍ତ ନିର୍ଦ୍ଧାରିତ ଉପଯୁକ୍ତ ବ୍ୟକ୍ତି ବିଶେଷ ରହିଛନ୍ତି । ଜିଲା ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ଦାବୀ ହୋଇଛି । ଅନ୍ୟପଟେ ଲାଞ୍ଜିଆ ସରପଞ୍ଚଙ୍କୁ ଯୋଗାଯୋଗ କରି ଏଥି ସଂପର୍କରେ ତଥ୍ୟ ପଚାରିବା ଯୋଗୁଁ ସେ କହିଛନ୍ତି “ତିନିଦିନ ହେଲ ବର୍ଷା ହେଉଥିବା ଯୋଗୁଁ କୌଣସି ଗାଡି ଦବିଯାଇଥିବ ଏଣୁ ଜେସିବି ଯାଇଛି । କାମ ଚାଲିଥିବା ମୋ ନଜରରେ ନାହିଁ”। କେବଳ ଫଳକ ମନରେଗା ସ୍ଥାପିତ ହୋଇଛି ହେଲେ ସମସ୍ତ କାର୍ଯ୍ୟ ମେସିନ ଦ୍ୱାରା ହେଉଛି । ଖବର ନେବାରୁ ଜଣାପଡିଛି କାର୍ଯ୍ୟରେ ଲାଗିଥିବା ଜେସିବି ଏକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କର ହୋଇଥିବା ଯୋଗୁଁ, କତୃପକ୍ଷ ଜାଣି ନ ଜାଣିଲା ପରି ରହିବା ପାଇଁ ବାଧ୍ୟ ହେଉଛନ୍ତି । ସେହିପରି ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତରେ ମଧ୍ୟ ମେସିନ ମାଧ୍ୟମରେ ମନରେଗା କାର୍ଯ୍ୟ କରି ଶ୍ରମିକ ଅର୍ଥ ଆତ୍ମସାତ ହେଉଥିବା ଅଭିଯୋଗ ହୋଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା