

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକ ଲାଉଲଇ ତାଳପଦା(ଓରନ୍ଦା) ପର୍ଯ୍ୟନ୍ତ ଯାଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତା ଗତ ଅଗଷ୍ଟ ୩, ୨୦୧୮ରେ ଶେଷ ହୋଇଥିଲା । ଏହି ରାସ୍ତା କାମରେ ୨କିମି.୧୫ମିଟର ପାଇଁ ୨୧୨.୫୪ ଲକ୍ଷ ଖର୍ଚ୍ଚ ହୋଇଅଛି । କିନ୍ତୁ ଏହି ରାସ୍ତା ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ଜନସାଧାରଣର ତଥା ୭ଟି ଗ୍ରାମପଞ୍ଚାୟତ ବାସୀଙ୍କ ଏକମାତ୍ର ରାସ୍ତା ହୋଇ ଥିବାବେଳେ ଦିନକୁ ଦିନ ଏହା ମରଣଯନ୍ତାରେ ପାଲଟୁଛି । କେଉଁଠି ପିଚୁଫାଟି ବାହାରି ଗଲାଣିତ କେଉଁଠି କଙ୍କକ୍ରୀଟ ଫାଟି ଖାଲ ହୋଇ ଗଲାଣି । ଭାରତ ନିର୍ମାଣ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ରାସ୍ତାର ଅବସ୍ଥା ଏହିଭଳି ହୋଇଥିବାରୁ ଅଂଚଳବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । କାରଣ କେତେବେଳେ କାହାର ଜୀବନ ଚାଲିଯାଇ ପରେ ତ କାହାର ଦୁର୍ଘଟଣା ଘଟିପାରେ । ତେଣୁ ଜିଲ୍ଲାପାଳଙ୍କୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି
