ମରଣଯନ୍ତ୍ରା ପାଲଟିଛି କମାରଶାଳିଆ- ବାଉଁଶବଣୀ ରାସ୍ତା : ଦମକଳ ଓ ଆମ୍ବୁଲାନ୍ସ ଚଳାଚଳରେ ବ୍ୟାଘାତ ଯୋଗୁଁ ମରାମତି ପାଇଁ ସରପଞ୍ଚ ଅଣ୍ଟା ଭିଡ଼ିଲେ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପଶ୍ଚିମବଂଗ ସୀମାରେ ଥିବା ନେତୁଆ ପଂଚାୟତର କମାରଶାଳିଆ-ବାଉଁଶବଣୀ ରାସ୍ତା ମରଣଯନ୍ତ୍ରାରେ ପରିଣତ ହୋଇଛି । ଏହି ରାସ୍ତାରେ ନେତୁଆ ପଂଚାୟତର ବାଉଁଶବଣୀ, କମାରଶାଳିଆ, ସମ୍ପତିଆ ପଂଚାୟତର ସମ୍ପତ୍ତିଆ, ବାଗପୁଂଜି, ଡେମୁରିଆ ଗ୍ରାମର ଗ୍ରାମବାସୀମାନେ ଯାତାୟତା କରିଥାନ୍ତି । ରାସ୍ତାରେ ଗାଡ, ଖାଲଢିପ ହୋଇଥିବାରୁ ୪ଚକିଆ ଯାନ ଆଦୌ ଚଳାଚଳ କରୁନଥିବାରୁ ବାଇକ୍ ଓ ସାଇକେଲ୍ରେ ଚଳାଚଳ ମଧ୍ୟ କରିବା ଅସମ୍ଭବ ହୋଇପଡିଛି । ଏ ଅଂଚଳର ଜରୁରୀ କାମରେ ରୋଗୀ ମାନଙ୍କ ଲାଗି ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡି ଯାତାୟାତ କରିନପାରୁନଥିବାର ସ୍ଥାନୀୟ ସରପଂଚ ମମତା ହୁଇ, ଗୁଣାକର ପାତ୍ର, ରାଜେନ୍ଦ୍ର ହୁଇ, ପ୍ରଫୁଲ୍ଲ ଦାସ, ଶରତ ଚନ୍ଦ୍ର ପରିଡା, ରବିନ୍ଦ୍ର ହୁଇ, ସୃଷ୍ଟିଧର ଜେନା,ଦେବବ୍ରତ ଗିରି, ଦେବବ୍ରତ ସେନ୍ ପ୍ରମୁଖ ଦାବି କରିଛନ୍ତି । ଉକ୍ତ ରାସ୍ତା ଅତିଶୀଘ୍ର ମରାମତି କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ହେବ ବୋଲି ପଂଚାୟତବାସୀ ସୂଚନା ଦେବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା