ମର୍ମ ଚାପ ଚିକିତ୍ସା ଶିବିର ଓ ସଚେତନତା ଆଲୋଚନା

କଟକ(ସମୃଦ୍ଧଓଡିଶା) କଲିକତା ଓ ଝାରସୁଗୁଡ଼ାରୁ ଥେରା ପିଷ୍ଟ ବିଶେଷଜ୍ଞ ସହକାରୀ ପ୍ରଫେସର ଅନିତା ବଜାଜ ଅଗ୍ରୱାଲା, ଡ଼ ସିବସଙ୍କର ଶର୍ମା ଓ ସୁନୀତା ଅଗ୍ରୱାଲା ୧୮ ଓ ୧୯ ରେ ମାରୁଆଡି କ୍ଳବ୍ ଠାରେ ମାରୁଆଡି ସମାଜ ପ୍ରାୟୋଜିତ ମର୍ମ ଚାପ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଡ ଅନଙ୍ଗ ଦ୍ବିବେଦୀ ଗତକାଲି ସକାଳ ବେଳ ରେ ବହୁ ଉପାଦେୟ ତଥ୍ୟ ପ୍ରକାଶ କରିଥିଲେ l ବହୁ ରୋଗୀ ଏହି ଶିବିର ରେ ଯୋଗଦେଇ ନିଜ ନିଜ ରୋଗର ଚିକିତ୍ସା କରିଥିଲେ l ବିଶିଷ୍ଟ ଚଳଚ୍ଚିତ୍ର ତାରକା ଡ଼ ଚିତ୍ତ ମିଶ୍ର, ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅତିରିକ୍ତ ନିର୍ଦ୍ଦେଶକ ବରଦା ଦାସ, ନନ୍ଦ ଯୋଶୀ,ସମାଜ ସେବୀ ଉଷା ଅଗ୍ରୱାଲା ନିଜର ଚିକିତ୍ସା କରାଇଥିଲେ l ପ୍ରତିଦିନ ରବିବାର ବ୍ୟତୀତ ପ୍ରତିଦିନ ସନ୍ଧ୍ୟା ୬ ଘଟିକାରୁ ୭ ଟା ପର୍ଯ୍ୟନ୍ତ ଡ଼ ସିବସଂକର ଶର୍ମା ମାରୁଆଡି କ୍ଳବ୍ ରେ ଚିକିତ୍ସା କରିବେ l ବିଗତ ଏକ ବର୍ଷ ହେବ ନିଃଶୁଳ୍କ ସେବା ଏଠାରେ ଚାଲୁ ରହିଛି l ଆଗ୍ରହୀ ରୋଗୀ ଏହାର ଲାଭ ନେଇ ପାରିବେ l

ରିପୋର୍ଟ : ବରଦା ଦାସ,କଟକ

Leave a Reply

Your email address will not be published. Required fields are marked *