ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଭୁବନେଶ୍ୱରରେ ଏସ୍ପ୍ଲାନେଡ୍ ମଲ୍ରେ ସାମ୍ବାଦିକା ସ୍ୱାତି ଜେନା ଏବଂ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ଜାତୀୟ ସାମ୍ବାଦିକ ୟୁନିଅନର ସର୍ବଭାରତୀୟ ସଂଘର ସମ୍ପାଦକ ରବି ରଥ ଦୃଢ ନିନ୍ଦା କରିଛନ୍ତି । ବେଆଇନ ପାର୍କିଂ ଫି ଆଦାୟ ହେଉଥିବାକୁ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସୁରକ୍ଷା କର୍ମୀ ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଏକ ଘରେ ବନ୍ଦ କରି ରଖି ଦେଇଥିଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ନିନ୍ଦନୀୟ ଏବଂ ଲଜ୍ଜାଜନକ ଘଟଣା ବୋଲି ଶ୍ରୀ ରଥ କହିଛନ୍ତି । ଏହି ଘଟଣାର ଦୃଢ଼ ପ୍ରତିବାଦ କରିବା ସହିତ ଓଡ଼ିଶା ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଆଇନ ମଧ୍ୟପ୍ରଦେଶ ସରକାର ଲାଗୁ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା