

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ମହନୀୟା ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ମର ଶରୀର ନିଜ ମାଟିକୁ ଫେରିଛି । ସୂଚନା ଯେ ୨୦୦୯ରେ ଏବିଭିପି ଓଡ଼ିଶା ତରଫରୁ କଳ୍ପନା ଦାଶଙ୍କୁ ରାଜ୍ୟ ଅଧିବେଶନରେ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର କ୍ରୀଡାକୁ ଅବହେଳା କରୁଥିବା ଯୋଗୁଁ ସେ ଶ୍ରୀମନ୍ଦିର ସାମ୍ନାରେ ଅନଶନରେ ବସିଥିଲେ । ବିଦ୍ୟାର୍ଥୀ ପରିଷଦ ଏ ଆନ୍ଦୋଳନରେ ତାଙ୍କ ସହ ସମ୍ପୂର୍ଣ୍ଣ ଭାବେ ଠିଆ ହୋଇଥିଲା । ଆଜି ତାଙ୍କୁ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ।
ରିପୋର୍ଟ : ଶୁଭମ କୁମାର ପାଣି

