ମହାଆଡମ୍ବରରେ ଚାଲିଛି ଓଡ଼ିଆ ଭଣ୍ଡାରୀ ସାହିର ଗଜଳଷ୍ମୀ ପୂଜା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡିରେ ମହା ଆଡମ୍ବରରେ ଚାଲିଛି ଗଜଲକ୍ଷ୍ମୀ ପୂଜା । ଧୂପ, ଦୀପ, ଘଣ୍ଟ, ଢୋଲ, ତାଳରେ କମ୍ପି ଉଠୁଛି ସାରା ପରିବେଶ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଣ୍ଡାରୀ ସାହିରେ ଆବାହନ୍ନ କରିଛନ୍ତି ଭଣ୍ଡାର ଘରଣୀ । ମାଁ’ଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ପ୍ରତେକ ଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମାଁ’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଚାରିଆଡ଼େ ଉତ୍ସବର ମାହୋଲ । ଏଥିରୁ ପାରଳାଖେମୁଣ୍ଡି ବାଦ ପଡନ୍ତା ବା କିପରି । ମାଁ’ଙ୍କ ଦର୍ଶନ କରିବା ସହ ଦୀପଦାନ କରି ଆଶୀର୍ବାଦ ଭିକ୍ଷା କରିବା ପାଇଁ ପ୍ରତେକ ଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ପୂଜାକୁ ଆକର୍ଷଣ କରିବା ପାଇଁ ପୂଜା କମିଟି ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି କମିଟିର ସଦସ୍ୟ । ସର୍ବମୂଳ ଆଧାର ହେଉଛନ୍ତି ମାଁ । ଯେତେ ଦୁଃଖ କଷ୍ଟ ଥିଲେ ମଧ୍ୟ ମାଁ’ଙ୍କ ଶରଣରେ ନିଜକୁ ସମର୍ପିତ କଲେ ଏହା ସୁଖରେ ପରିଣତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଗଜପତି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଁ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ପାରଳାଖେମୁଣ୍ଡିର ଭଣ୍ଡାରୀ ସାହିର ପୂଜା ରହିଛି ସ୍ଵତନ୍ତ୍ରତା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁବାର ଦିନ ଆୟୋଜିତ ମାଁ’ଙ୍କ ପୂଜା ମଣ୍ଡପରେ ସନ୍ଦରେ ଶ୍ରଦ୍ଧାଳୁମାନଙ୍କ ଭିଡ ଜମାଇ ଦୀପଦାନ କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ପୂଜା ଚୁଡି ଓ ସିନ୍ଦୂର ପାଇଁ ଶ୍ରଦ୍ଧାଳୁ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଏହି ପୂଜା ୩୫ ବର୍ଷରେ ପଦାର୍ପଣ କରିଛି । ପ୍ରତିବର୍ଷ କିଛି ନା କିଛି ସ୍ୱତନ୍ତ୍ର ସାଜସଜ୍ଜା ସହ କାର୍ଯ୍ୟକ୍ରମ ଆୟୋଜନ କରିଛି ପୂଜା କମିଟି । ଚଳିତ ବର୍ଷ ପୂଜା କମିଟି ଆକର୍ଷଣୀୟ ମେଢ ସହ ସାଜସଜ୍ଜା କରାଯାଇ ପୂଜାର ଆୟୋଜନ କରିବା ସହ ପ୍ରତେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ମାଁ’ଙ୍କ ପୂଜା ଦୀପଟିଏ ଦେଇ ମନଭରି ଡାକିଲେ ମନସ୍କାମନା ପୂରଣ ହୋଇଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା କହିଛନ୍ତି ପୂଜକ । ମାଁ’ଙ୍କ ନିକଟରେ ଦୀପଦାନ କରି ଯାହା ମନାସିଲେ ତାହା ପୁରଣ ହୋଇଥିବାରୁ ଏହି ପୂଜା ମଣ୍ଡପରେ ପ୍ରତେକ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ ।

ରିପୋର୍ଟ : କୃଷ୍ଣ କୁମାର ବେହେରା