


ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ମହାତ୍ମାଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଉତ୍ସବ ଉପଲକ୍ଷେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସୁଭାଡାନଗର ଠାରେ ଏକ ଭବୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାମଧୁନ ସହିତ ମଶଲ ପ୍ରଜ୍ଜ୍ଵଳନ କରାଯାଇଥିଲା ଏବଂ ଏହାସହ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ସାହି ବାସିନ୍ଧାମାନେ ଅଂଶ ଗ୍ରହଣ କରି ବସ୍ତି ପରିକ୍ରମା କରି ନିକଟସ୍ଥ ଦେୱାନୀ ଓ ଫୌଜଦାରୀ କୋର୍ଟ ପରିସର ସଫେଇ କରିଥିଲେ । ନୂତନ ବସଷ୍ଟାଣ୍ଡ ଛକ ଯାଏ ସଫେଇ କାର୍ଯ୍ୟ ସାରିବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଶିକ୍ଷକ ରାଘବ ସାହୁ, ପୂର୍ବତନ କାଉନ୍ସିଲର ଭଷ୍ଣନାଗବଂଶ, କଂଗ୍ରେସ ମଞ୍ଚର ଜିଲ୍ଲା ସଭାପତି ସୁରେଶ କୁମାର ମିଶାଲଙ୍କ ଅଧ୍ୟକ୍ଷତାରେ ସଭା ପରିଚାଳନା କରାଯାଇଥିଲା । ସାଧାରଣତଃ ନିଗୁଡ଼ମ୍ବର ଜୀବନ ଜାପାନ କରୁଥିବା ଏକ ବୃଦ୍ଧ ବିନା ଅସ୍ତ୍ରରେ ୨୫୦ ବର୍ଷ ପାଳନ କରିଥିବା ଶକ୍ତିଶାଳି ଇଂରେଜ ସରକାରଙ୍କୁ ଭାରତ ମାଟିରୁ ବିଦାୟ କରିଥିବା ଅହିଂଶା ମାର୍ଗର ଶକ୍ତି ଉପରେ ସୁରେଶ କୁମାର ମିଶାଲ ବକ୍ତବ୍ୟ ରଖିଥିଲେ । ମହାତ୍ମାଗାନ୍ଧୀଙ୍କ ପ୍ରେରଣା ଦ୍ୱାରା ଆଗାମୀ ଯୁବପିଢ଼ି ନିଜ ହୃଦୟରୁ ପରାଧୀନ ଚିନ୍ତା ଦୂର କରି ନିଜ ମାତୃ ଭୂମି, ଗ୍ରାମ, ସହର ନିଜ ନିଜର ଚାଟଶାଳୀକୁ ମଧ୍ୟ ପୁନଃରୁଦ୍ଧାର କରି ସଶକ୍ତିକରଣ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ମିଷ୍ଟାନ ବଣ୍ଟନ କରାଯାଇଥିଲା । ଏହି ଉତ୍ସବରେ ରାଜାରାଓ ନାଗବଂଶ, ପୂର୍ଣ୍ଣ ଶ୍ରୀରାମ, ରାମକୃଷ୍ଣ ହାରିପା, ବିନୋଦ ଶ୍ରୀରାମ, ତ୍ରିନାଥ ନାଗବଂଶ, କିଶୋର ଶ୍ରୀରାମ, ପ୍ରକାଶ ବିଷୋୟୀ ଓ ବସ୍ତି ବାସିନ୍ଧା ମାନଙ୍କ ସହିତ ଯୁବଗୋଷ୍ଠୀ ସହଯୋଗ କରି କାର୍ଯ୍ୟ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା



