ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ସୁନାମଧନ୍ୟ ୩୬ ବର୍ଷର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ମହାନ୍ ସଂଘ (ଜାତୀୟ ସେବା, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନ)ର ଆଗାମୀ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ମନୋନୀତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ସୁଶାନ୍ତ କୁମାର ସାବତ ପୁଣି ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ହରିପ୍ରସାଦ ମଲଣା କାର୍ଯ୍ୟକାରୀ ସଭାପତି, ଭି. ରବି କୁମାର ଗୁପ୍ତା ଉପସଭାପତି(ଅର୍ଥ), ପ୍ରଦୀପ କମାର ପଣ୍ଡା(କାର୍ଯ୍ୟାଳୟ), ସଞ୍ଜୟ ମାଝି(ପ୍ରକଳ୍ପ) ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, ସହସମ୍ପାଦକ(ଅର୍ଥ) ହରିକୃଷ୍ଣ ମିଶ୍ର, (କାର୍ଯ୍ୟାଳୟ) ପ୍ରକାଶ ଭାଯାନି ଓ ସହ ସମ୍ପାଦିକା ପ୍ରକ୍ଲପ ଶ୍ରୀମତୀ ବନ୍ଦିତା ତ୍ରିପାଠୀ, ସାହିତ୍ୟ ବିଭାଗ ପାଇଁ ମନୋନୀତ ହୋଇଛନ୍ତି ଡ ସନ୍ଧ୍ୟାରାଣୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ରୁପକାନ୍ତ ସମନ୍ତ୍ରାରା ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରିଣୀ ପରିଷଦକୁ ଟି. ବଳରାମ, ସୈାମିକ ସାହୁ, ଭୀଷ୍ମ ଚାର୍ଯୁ ଚୌଧୁରୀ, ପ୍ରଭାକର ସାହୁ, ଡ୍ ସୂଚନା ପାଢ଼ୀ, କେ. ବଳରାମ ଦାସ, ଶ୍ରୀମତୀ ଦେବୀ ପ୍ରଭା ରଥ, ସୁରେଶ କୁମାର ତ୍ରିପାଠୀ, ଜିତେନ୍ଦ୍ର କୁମାର ସାହୁ, ମହେନ୍ଦ୍ର କୁମାର ପାତ୍ର ଓ ପି ବୁଚିବାବୁ, ପ୍ରମୁଖ ମନୋନୀତ ହୋଇଥିବା ବେଳେ ସମସ୍ତ ବିଭାଗର ମଧ୍ୟ କର୍ମକର୍ତ୍ତା ମନୋନୀତ କରାଯାଇଥିଲା । ଆଗାମୀ ବର୍ଷ ବହୁ ଜନହିତକର କାର୍ଯ୍ୟ ହାତକୁ ନିଆଯିବ ବୋଲି ସଭାପତି ଶ୍ରୀ ସାବତ ସୂଚନା ଦେଇଛନ୍ତି ।