ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାନ ବିପ୍ଲବୀ ଚନ୍ଦ୍ରଶେଖର ଆଜାଦଙ୍କ ଶହୀଦ ଦିବସକୁ ଯଥା ମର୍ଯ୍ୟାଦାର ସହ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଆୟୋଜିତ ହୋଇଯାଇଛି । ସମିତିର ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ବିପ୍ଲବୀ ଚନ୍ଦ୍ରଶେଖର ଆଜାଦଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ମୃତି ସଭା ଆୟୋଜନ କରାଯାଇଥିଲା । ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମରେ ସାଲିସ ବିହୀନ ସଂଗ୍ରାମୀ ଥିଲେ ଆଜାଦ । ତାଙ୍କଭଳି କ୍ରାନ୍ତିକାରୀମାନେ ଭାରତ ବର୍ଷର ବ୍ୟବସ୍ଥାଗତ ପରିବର୍ତ୍ତନ ଚାହୁଁଥିଲେ । ଦେଶରୁ ବ୍ରିଟିଶ ସହ ଜାତିବାଦ, ପୁଞ୍ଜିବାଦ ଓ ସମସ୍ତ ପ୍ରକାର ଅନ୍ୟାୟ, ଶୋଷଣ ବିଲୋପ ହେଉ ଓ ସମସ୍ତ ମଣିଷ ସ୍ୱାଧୀନ ଭାବେ ବଞ୍ଚିପାରିବା ଭଳି ପରିସ୍ଥିତି ସୃଷ୍ଟି ହେବା ଦରକାର । କିନ୍ତୁ ସାଂପ୍ରତିକ ସ୍ଥିତିରେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ତ ମୌଳିକ ଆବଶ୍ୟକତା ଜନଗଣଙ୍କୁ ଉପଲବ୍ଧ ହେଉନାହିଁ ଏଣୁ ବିପ୍ଲବୀ ଚନ୍ଦ୍ରଶେଖର ଆଜାଦଙ୍କୁ ମାନେ ପକାଇବା ଯଥାର୍ଥ ମନେହୁଏ । ଆଜିର ଏହି ସ୍ମୃତି ସଭାରେ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଚିତ୍ତ ରଞ୍ଜନ ପଣ୍ଡା, ସୁରେନ୍ଦ୍ର ନାଥ ପଣ୍ଡା, ଜଗନ୍ନାଥ ପାଢ଼ୀ, ଆର. ସତ୍ୟନାରାୟଣ ରାଓ, ରାମେଶ୍ୱର ଶତପଥୀ, ଏସ. ଶାମ୍ବାସିବ ରାଓ, ରାମଚନ୍ଦ୍ର ସାହାଣୀ, ବିଜୟ ଚନ୍ଦ୍ର ବିଶୋଇ, ଅବନୀ କୁମାର ଗୟା ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା