![ମହାବୀର ମନ୍ଦିରରେ ମାସିକ ପରାୟଣ ଅନୁଷ୍ଠିତ…](https://i0.wp.com/www.samrudhaodisha.com/wp-content/uploads/2021/11/WhatsApp-Image-2021-11-09-at-8.32.28-AM-1.jpeg?fit=1024%2C461&ssl=1)
![](https://i0.wp.com/www.samrudhaodisha.com/wp-content/uploads/2021/11/WhatsApp-Image-2021-11-09-at-8.32.29-AM-1.jpeg?resize=640%2C288&ssl=1)
ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ରେଳ ଷ୍ଟେସନ ନିକଟସ୍ଥ ମହାବୀର ନଗରର ମହାବୀର ସଙ୍କଟ ମୋଚନ ହନୁମାନ ମନ୍ଦିରରେ ମାସିକ ପାରାୟଣ ଯଥା ସୁନ୍ଦରାକାଣ୍ଡ ପରାୟଣ ଓ ନବାହ୍ନ ପାରାୟଣ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ସମ୍ପନ୍ନ ହୋଇଯାଇଛି । ଛତ୍ରପୁର ସହରର ଆଧ୍ୟାତ୍ମିକ ଚେତନା, ଭାବନା ଧର୍ମୀ ଶତାଧିକ ଭକ୍ତଜନଙ୍କ ଦ୍ୱାରା ଏହି ପାରାୟଣ କାର୍ଯ୍ୟ-ପରମ୍ପରା କ୍ରମେ ପରିଚାଳିତ ହୋଇଥିଲା । ଗୋସ୍ୱାମୀ ମଲେଶ୍ୱର ଜୀଙ୍କ ସମ୍ପାଦନାରେ ଏବଂ ସି.ଏଚ.ଦୟାନନ୍ଦ ରେଡ୍ଡୀଙ୍କ ନେତୃତ୍ତ୍ୱରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପାଦନା ହୋଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
![](https://i0.wp.com/www.samrudhaodisha.com/wp-content/uploads/2021/11/WhatsApp-Image-2021-11-09-at-8.32.29-AM.jpeg?resize=640%2C288&ssl=1)