ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ସୁବର୍ଣ୍ଣରେଖଶ ନଦୀକଳ ପାଇକସିଦା ପଂଚାୟତର ବାଲିକବାଡ ଠାରେ ସୁବର୍ଣ୍ଣରେଖା ନଦୀ ଉପରେ ବେଆଇନ୍ ଅସ୍ଥାୟୀ କାଠ ପୋଲ ନିର୍ମାଣ ଚାଲିଛି । ମହାମାରୀ କରୋନା ସଂକ୍ରମଣ ବେଳେ ସଂଘବଦ୍ଧ ଭାବେ କାର୍ଯ୍ୟ ନ କରିବା, ସାମାଜିକ ଦୂରତ୍ୱ ବଜାଇ ରଖିବା ଇତ୍ୟାନି ନିୟମ ଥିବା ବେଳେ ସେ ସବୁ ନିୟକୁ ତୁଚ୍ଛମନେ କରି କେତେକ ବାଲି ମୁନାଫାଖୋର ନଦୀରୁ ବାଲି ଉତ୍ତୋଳନ କରିଆ ଲୋକଙ୍କୁ ଖଟାଇ ବେଆଇନ୍ ପୋଲ ନିର୍ମାଣ କରୁଛନ୍ତି । କରୋନା ଲାଗି ପ୍ରଶାସନ ବ୍ୟସ୍ତଥିବା ବେଳେ ଏହାର ସୁଯୋଗରେ ସେଠାକାର କେତେକ ବାଲିମାଫିଆ ଏପରି କାର୍ଯ୍ୟ ତ୍ୱରାନ୍ନତି କରୁଥିବା ଅଭିଯୋଗ ହୋଇଛି । ଏପରି ପୋଲ ନିର୍ମାଣ ଲାଗି କୌଣସି ଅନୁମତି ନ ଥିବା ବେଳେ ବେଆଇନ୍ ଭାବେ ନିର୍ମାଣ ହେଉଥିବା ଏହି ପୋଲ ନିର୍ମାଣ ନ କରିବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା