ମହାରାଷ୍ଟ୍ରରୁ କେମିତି ଫେରିବେ ଓଡ଼ିଆ ? ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, ନବୀନ ଓ ଧର୍ମେନ୍ଦ୍ର କଥୋପକଥନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମହାରାଷ୍ଟ୍ରରେ କାମ କାମ କରୁଥିବା ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ଭିଡିଓ କନଫେରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ମହାରାଷ୍ଟ୍ରରୁ ଓଡିଶା ଫେରିବାକୁ ଚାହୁଁଥିବା ଆଗ୍ରହୀ ଓଡ଼ିଆ ଶ୍ରମିକ ମାନଙ୍କୁ ନିରାପଦ ଓ ଶୃଙ୍ଖଳିତ ଭାବେ ବସ ଯୋଗେ ଫେରାଇ ଅଣାଯିବ । ଏଥିପାଇଁ ଦୁଇ ରାଜ୍ୟର ମୁଖ୍ୟଶାସନ ସଚିବ ଆଲୋଚନା କରି ବରିଷ୍ଠ ଅଫିସରମାନଙ୍କୁ ସମନ୍ୱୟ ଦାଇତ୍ୱ ଦିଆଯିବ । ମହାରାଷ୍ଟ୍ରରୁ ଶ୍ରମିକ ମାନଙ୍କୁ ନେଇ ଫେରୁଥିବା ବସ ଉପରୁ ସମସ୍ତ ପ୍ରକାର ଟିକସ ଛାଡ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ଉଭୟ ରାଜ୍ୟର ସରକାର ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା ।

ରିପୋର୍ଟ : ହରପ୍ରସାଦ ବିଷୋୟୀ