ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହା ବିଷୁବ ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ଦଣ୍ଡଯାତ୍ରା ଓ ମେରୁପର୍ବ ଅନୁଷ୍ଠିତ କରି ଏହି ପର୍ବକୁ ଶେଷ କରାଯାଇଛି । ୧୩, ୧୬, ୧୮ ଓ ୨୧ ଦିନର କଠିନ ଦଣ୍ଡ ବ୍ରତକୁ ଖରାତରାରେ ଅକଟା ଅବଟା ହବିସାନ୍ନ ଖାଦ୍ୟ ନିଶାର୍ଦ୍ଧରେ ଥରୁଟିଏ ଖାଇ ନିଷ୍ଠାର ସହିତ ପାଳନ କରିବା ପରେ ମେରୁ ପର୍ବ ଦିନ ଏହି ବ୍ରତ ଉଦ୍ୟାପିତ କରାଯାଇଛି । ବିଭିନ୍ନ ଗାଁରେ ଦଣ୍ଡ ପରେ ନିଜ ନିଜ ଗାଁକୁ ଫେରିଯାଇଥିଲେ । ଦଣ୍ଡୁୁଆମାନେ ପ୍ରଥମେ ଧୂଳିଦଣ୍ଡ ପ୍ରଦର୍ଶନ କରିଥିଲେ । ପରେ ପାଣି ଦଣ୍ଡ କରିବା ପରେ ମା’ଙ୍କ ନିକଟରେ ଭୋଗରାଗ କରି ସନ୍ଧ୍ୟାରେ ଅଗ୍ନିିଦଣ୍ଡ ପ୍ରଦର୍ଶନ କରିଥିଲେ । ମେରୁଖୁଣ୍ଟରେ ପାଟଦଣ୍ଡୁୁଆଙ୍କୁୁ ଓଲଟା ବନ୍ଧାଯାଇ ଝୁଣାରେ ପୂଜାର୍ଚ୍ଚନା କରାଯାଇଥିଲା । ଦିଗପହଣ୍ଡିି ସହର ତଥା ଆଖାପାଖ ଗ୍ରାମାଞ୍ଚଳ ସିଦ୍ଧଦ୍ଖଣ୍ଡିି, ରଗୌତମୀ, ଚାଞ୍ଚଡାପଲ୍ଲୀ, ଚୁଡଙ୍ଗପୁର, ପଳାଶପୁର, ଭାଲିଆଝୋଳା, ପଟ୍ଟିଗୁଡା, ଜୟନଗର, ମରମୌଳାଭଞ୍ଜା, ସିଦେଶ୍ୱର, ପଦ୍ମପୁର ଆଦି ଅଞ୍ଚଳରେ ମେରୁ ପର୍ବ ଉଦ୍ୟାପିତ ହୋଇଯାଇଛି ଥିବା ବେଳେ ଗତକାଲି ତୋଟା ଭୋଜି ପରେ ମାନସିକଧାରୀ ଦଣ୍ଡୁୁଆମାନେ ନିଜ ନିଜ ଘରକୁ ଫେରି ଯାଇଥିଲେ । ସେହିଭଳି ପୁରୁଷୋତ୍ତପୁରରେ ମେରୁ ପର୍ବରେ ପ୍ରାୟ ୩୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୨୧ ଦିନ ଦଣ୍ଡଯାତ୍ରା ପରେ ୪ଟି ପୁଞ୍ଜାର ଗୌଡ଼, ଧୋବା, ତେଲି, ମା’ ବିପତ୍ତିତାରିଣୀ ତେଲି ପୁଞ୍ଜା ପର୍ବରେ ସାମିଲ ହୋଇ ସେମାନଙ୍କ ମାନସିକ ଶେଷ କରିଛନ୍ତିି । ସହରରେର ଥିବା ୪ଟି ଦଣ୍ଡକାଳୀ ପୁଞ୍ଜାାର ୨୧ ଦିନିଆ ଦଣ୍ଡଯାତ୍ରା ସାରି ସମସ୍ତ ପୁଞ୍ଜା ଗତ ଶନିବାର ଦିନ ଠାରୁ ଆସି ପହଞ୍ଚିଥିଲେ । ଗତକାଲି ମେରୁ ପର୍ବର ଉଦଯାପନୀ ଦିନରେ ସହର ଦଣ୍ଡୁୁଆଙ୍କ କଳାରୁଦ୍ର ମଣିକି ଭଜ ହେ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା । ଗତକାଲି ସକାଳୁ ସକାଳୁ ସମସ୍ତ ପୁଞ୍ଜା ସହରର ସମସ୍ତ ସାହି, ଗଳି ବୁଲିଥିଲେ । ସମସ୍ତ ସାହିରେ ମା’ଙ୍କୁୁ ପୂଜାର୍ଚ୍ଚନା କରାଯାଇଥିଲା । ସାହି ଭ୍ରମଣ ପରେ ଧୂଳିଦଣ୍ଡ, ପାଣିଦଣ୍ଡ, ହୋମ ଯଜ୍ଞ ହୋଇ ହୋମକୁଣ୍ଡ ଉପରେ ପାଟଭୁକ୍ତାଙ୍କୁୁ ଲଟକା ଯାଇଥିଲା । ମେରୁ ପର୍ବ ଦେଖିବା ପାଇଁ ସହର ତଥା ଆଖପାଖ ପ୍ରାୟ ଗ୍ରାମର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ପାଣିଦଣ୍ଡ ଶହଶହ ମହିଳା ଓ ପୁରୁଷ ଅଧିଆ ପଡିଥିଲେ । ମେରୁଯାତ୍ରା ପାଇଁ ବିଭିନ୍ନ ଅଞ୍ଚଳରୁ ବେପାରୀ ଆସି ପସରା ଖୋଲିଥିଲେ । ସ୍ଵପ୍ଣଶ୍ୱେରି ଛକ, କାଳୀମନ୍ଦିିର ଛକ, କଲେଜ ଛକ, ଆଛୁଲି ଛକ ପର୍ଯ୍ୟନ୍ତ ରାସ୍ତା ଜନସମୁଦ୍ର ହୋଇ ପଡିଥିଲା । ଗୌଡ଼ ପୁଞ୍ଜା କାଳୀମନ୍ଦିିର ଛକରେ ମେରୁ ପର୍ବ କରୁଥିବା ଧୋବାପୁଞ୍ଜା ଗୋପାଳ ବନ୍ଧରେ ଏବଂ ତେଲି ପୁଞ୍ଜା କଲେଜ ଛକରେ ଓ ମା ବିପତ୍ତିହାରିଣୀ ତେଲି ପୁଞ୍ଜା ଆଛୁଲି ଛକରେ ମେରୁ ପର୍ବ ପାଳନ କରିଥିଲେ । ଦଣ୍ଡଯାତ୍ରା ବିଭିନ୍ନ କାର୍ଯ୍ୟକ୍ରମ କରି ଦୀର୍ଘ ଦିନର ମାନସିକ କରିଥିଲେ । ପରେ ରାତିରେ ସହରର ବିଭିନ୍ନ ସ୍ଥାାନରେ ଦଣ୍ଡନାଚ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ସେହିଭଳି ଗଞ୍ଜାାମ ସହରରେ ମା’ ଦକ୍ଷିଣକାଳୀଙ୍କ ୧୩ ଦିନିଆ ଦଣ୍ଡଯାତ୍ରା ପକ୍ଷରୁ କଲଜ ନିକଟରେ ଯାତ୍ରା ଅନୁଷ୍ଠିିତ କରାଯାଇଥିଲା । ସକାଳୁ ଦଣ୍ଡୁୁଆମାନେ ଶିବ, କାଳୀଙ୍କୁୁ ନେଇ ଗଂଜାମ ସହର ସମେତ ବିଭିନ୍ନ ସାହି ପରିକ୍ରମା କରିଥିଲେ । ମଧ୍ୟାାହ୍ନରେ ଧୂଳିଦଣ୍ଡ, ପାଣିଦଣ୍ଡ କରି ମେରୁ ପର୍ବ ପାଳନ କରାଯାଇଥିଲା । ପାରମ୍ପରିକ ନୀତି ନିୟମ ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପାଟଭୁକ୍ତାଙ୍କୁୁ ଖୁଣ୍ଟରେ ମୁଣ୍ଡ ତଳକୁ କରି ଓହଳାଇ ଦିଆଯାଇଥିଲା । ଏହି ମେରୁ ପର୍ବ ଦେଖିବାକୁ ଗଂଜାମ ସମେତ ଆଖପାଖ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ଦଣ୍ଡଯାତ୍ରା ପରିଚାଳନା କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏହି ଅବସରରେ ଯୁବକମାନେ ପଣା ବଣ୍ଟନ କରିଥିଲେ । ସେହିପରି ଶେରଗଡ଼ ବ୍ଳକ କୁଲାଗଡ଼ରେ ମଧ୍ୟ ମେରୁ ପର୍ବ ଦେଖିବାକୁ ହାଜର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ୧୩ ଦିନିଆ କରି ଦଣ୍ଡୁୁଆମାନେ ସକାଳୁ ଗ୍ରାମରେ ପ୍ରବେଶ କରିଥିଲେ । କୁଲାଗଡ଼ ଗ୍ରାମବାସୀ ଦଣ୍ଡରେ ପୂର୍ଣ୍ଣ କୁମ୍ଭ ବାଢ଼ି ସ୍ୱାାଗତ କରିବା ପରେ ତୋଟାରେ ପାରମ୍ପରିକ ପୂଜା କରାଯାଇଥିଲା । ବିଳମ୍ବିିତ ରାତିରେ ପାଟଭୁକ୍ତାଙ୍କୁୁ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ସେହିପରି ଶେରଗଡ଼ ବ୍ଲକର ବନ୍ଧାଗୁଡ଼ା, ଖିରିଡ଼ା, ବରମୁଣ୍ଡଳି, ଢ଼ିଙ୍କିିଶାଳ, ଆମ୍ବୁଆବାଡ଼ି, ଧବଳପୁର, ଡେଙ୍ଗାପଦର, ଅଲାରିଗଡ଼, ପିତଳ, ପୁନାଦ ଗ୍ରାମରେ ମଧ୍ୟ ମହାସମାରୋହରେ ପାଳିତ କରାଯାଇ ପଣା ସଂକ୍ରାନ୍ତିି ଅବସରରେ ବିଭିନ୍ନ ସଂସ୍ଥା ପକ୍ଷରୁ ପଣା ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା