

ଛତ୍ରପୁର (ସମୃଦ୍ଧ ଓଡିଶା) ମହିଳା ଡିଗ୍ରି ମହାବିଦ୍ୟାଳୟ ଓ ଛତ୍ରପୁର ବିଧାୟକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସୂଚନା ଯୋଗ୍ୟ ଯେ, ନାରୀମାନଙ୍କ ଶିକ୍ଷା ଠାରୁ ଆରମ୍ଭ କରି ସେମାନଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଉପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥି ନିମନ୍ତେ ରାଜ୍ୟରେ ବହୁ ଯୋଜନା ମାନ ପ୍ରଣୟନ କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଛତ୍ରପୁର ସହରରେ ଥିବା ମହିଳା ଡ୍ରିଗ୍ରୀ ମହାବିଦ୍ୟାଳୟ ଛାତ୍ରୀମାନଙ୍କ ସୁବିଧା ନିମନ୍ତେ ଏକ ଭେଟି ପ୍ରଦାନ କରିଛନ୍ତି । ମହାବିଦ୍ୟାଳୟର ୫ଟି ଶ୍ରେଣୀ କକ୍ଷ ଓ ବଡ ପରୀକ୍ଷା ହଲ ନିମନ୍ତେ ମୁଖ୍ୟମନ୍ତ୍ରୀ ସୋସିଆଲ ପ୍ରୋବ୍ଲେମ ଫଣ୍ଡରୁ ୬୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଏହାପରେ ଛତ୍ରପୁର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଏନେଇ ମଙ୍ଗଳବାର ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଉପସ୍ଥିତ ମହାବିଦ୍ୟାଳୟ ଛାତ୍ରୀ, ପୁରାତନ ଛାତ୍ରୀ, ଅଭିଭାବକ, ମହାବିଦ୍ୟାଳୟର ପ୍ରିନ୍ସପାଲ ଏବଂ ସମସ୍ତ ଅଧ୍ୟାପିକା ଓ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାସହ ୫ଟି ସଚିବ, ଯୋଜନା ସମନ୍ୱୟ ବିଭାଗର ମନ୍ତ୍ରୀ ଓ ସଚିବ, ଗଞ୍ଜାମ ଜିଲ୍ଲାପାଳଙ୍କୁ ମଧ୍ୟ ବିଧାୟକ ଶ୍ରୀ ବେହେରା ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ଶ୍ରୀ ବେହେରା ଯୋଗଦେଇ ମହାବିଦ୍ୟାଳୟର ଉନ୍ନତିକୁ ଆଖି ଆଗରେ ରଖି ଭିତ୍ତିଭୁମିର ସ୍ଥାୟୀ ସମାଧାନ ନିମନ୍ତେ ଏହି ଅନୁଦାନ ପ୍ରଦାନ କରାଯାଇଛି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ସବୁବେଳେ ନାରିମାନଙ୍କ ଶିକ୍ଷାର ଉନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି ଏଣୁ ମହାବିଦ୍ୟାଳୟକୁ ୬୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା ନିମନ୍ତେ ୫ଟି ସଚିବଙ୍କ ଠାରୁ ଆରମ୍ଭ ଗଞ୍ଜାମ ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କ ଅବଦାନ ରହିଛି । ଆମେ ସମସ୍ତେ ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା । ସମସ୍ତ ଛାତ୍ରୀମାନେ ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ନିମନ୍ତେ ଶ୍ରୀ ବେହେରା କହିଥିଲେ । ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଂପାଦକ ପ୍ରଫୁଲ କୁମାର ପଟ୍ଟନାୟକ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓ ଛତ୍ରପୁର ବିଧାୟକଙ୍କୁ ଧନ୍ୟବାଦ ଦେବା ସହ ଛତ୍ରପୁର ବିଧାୟକଙ୍କ ଦ୍ୱାରା ଏହା ସଫଳ ହୋଇଛି ବୋଲି କହିଥିଲେ ।
