
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମର ନୂତନ ବର୍ଷ ଉପଲକ୍ଷେ ବନ୍ଧୁମିଳନ ମା’ ମହୁରୀ କାଳୁଆ ଠାରେ ଅନୁଷ୍ଠିତ ହୋଇଥିଲା । ଏ ସମ୍ପର୍କରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ୱନାମଧନ୍ୟ ଭେଷଜ ଚିକିତ୍ସକ ଡ଼ା. ପ୍ରଫୁଲ ଚନ୍ଦ୍ରସାହୁ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଏସଏମଆଇଟି ସଭାପତି ଡ଼. ଭଗବାନ ଗନ୍ତାୟତ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ମଙ୍ଗଳ କାମନା କରିବା ସହ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ମୁଖ୍ୟଅତିଥି ଡ଼. ସାହୁ ସମାଜରେ ବରିଷ୍ଠ ନାଗରିକମାନଙ୍କୁ ଉପଯୁକ୍ତ ସମ୍ମାନ ସରକାରୀ, ବେସରକାରୀ ଓ ପରିବାରସ୍ତରରେ ଦେବା ଉଚିତ ବୋଲି କହିଥିଲେ । ସମ୍ମାନିତ ଶ୍ରୀ ରଥ ତାଙ୍କ ଭାଷଣରେ ଭାରତ ବର୍ଷରେ ପ୍ରାୟ ୨୦ କୋଟି ବରିଷ୍ଠ ନାଗରିକ ରହିଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିୟମାବଳୀ ପ୍ରଣୟନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଫୋରମର ସଭାପତି ରାସ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ସମ୍ପାଦକ ସୀମାଞ୍ଚଳ ପ୍ରସାଦ ବିଷୋୟୀ ବିବରଣୀ ପାଠ କରିଥିଲେ । ଉପସଭାପତି ପ୍ରଭାକର ସାହୁ, କୋଷାଧ୍ୟକ୍ଷ ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ରବିନ୍ଦ୍ର କୁମାର ମହାରଣା, ସୂର୍ଯ୍ୟକାନ୍ତ ପାତ୍ର, ଡ଼. ଇନ୍ଦୁଭୂଷଣ ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ମହାରଣା, ଡ଼ା. ଜେ ରାମାରାଓ, କପିଳ ଚନ୍ଦ୍ର ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜାନୁଆରୀ ମାସରେ ଜନ୍ମ ଗ୍ରହଣ କରିଥିବା ବରିଷ୍ଠ ନାଗରିକମାନଙ୍କୁ ଉପଢ଼ୌକନ, ଫୁଲତୋଡ଼ା ଦେଇ ସମ୍ବଦ୍ଧିର୍ତ କରାଯାଇଥିଲା । ବରିଷ୍ଠ ନାଗରିକ ଏବଂ ସପରିବାର ଯୋଗ ଦେଇଥିଲେ ।
ରିପୋର୍ଟ : ରବି ରଥ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



