

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ଥାନା ଅଧୀନ ମହୁଲପାଲ୍ଲୀ ଗ୍ରାମ ହରିଜନ ସାହି ସ୍ମଶାନ ନିକଟରୁ ଏକ ନର କଙ୍କାଳ ଜବତ କରିଛି ହିଞ୍ଜିଳି ପୋଲିସ I ପୋଲିସ ଅନୁସନ୍ଧାନରୁ ଜାଣି ପାରିଛି ଯେ ଯୁବକ ଜଣଙ୍କ ଗୋଳନ୍ଥରା ଥାନା ପଦ୍ମପୁର ଗ୍ରାମର ପ୍ରତାପ ଦାସ I ସେ ଦିନମଜୁରିଆ କାମ କରେ ତେବେ କାମକୁ ଯିବା ନାମରେ ଗତ ଗୁରୁବାର ଦିନ ଠାରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲା ବୋଲି ପ୍ରତାପଙ୍କ ସ୍ତ୍ରୀ ରୁନୁ ଦାସ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ କରୁଥିଲା I ଆଜି ହଠାତ ହିଞ୍ଜିଳି ଥାନା ମହୁଲପାଲି ଗ୍ରାମରେ ପହଞ୍ଚି ପ୍ରତାପଙ୍କ କଙ୍କାଳ ଉଦ୍ଧାର ହୋଇଥିବା ପୋଲିସ ଅନୁମାନ କରୁଛି I ନିକଟରେ ଥିବା ଏକ ଗଛରେ ଏକ ଗାମୁଛା ବାନ୍ଧି ହୋଇରହିଥିଲା I ଘଟଣା ସ୍ତଲରୁ ପୋଲିସ ମୋବାଇଲ ଫୋନ, ଯୁବକଙ୍କ ପ୍ୟାଣ୍ଟ ଏବଂ ଅନ୍ତବସ୍ତ୍ର ଜବତ କରିବା ସହ ଏକ ଆକ୍ଟିଭ ସ୍କୁଟି ଜବତ କରିଛି I ଏ ନେଇ ଥାନାରେ 24/23 ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଚଳାଇଛି I ଦିର୍ଘ ଛଅ ମାସ ଭିତରେ ଏହି ମହୁଲପଲ୍ଲୀର ଗ୍ରାମ ଚତୁର ପାର୍ଶ୍ବ ରେ ଚାରି ପାଞ୍ଚ ଟି ଏପରି ଘଟଣା ଘଟି ଚାଲିଛି ।
ରିପୋର୍ଟ୍ : ରଜତ ପଟ୍ଟନାୟକ