ବାଲିଗୁଡା (ସମୃଦ୍ଧ ଓଡିଶା) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଏକ ଅଘଟଣ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ରାଇକିଆ ବ୍ଲକ୍ ବାକିଙ୍ଗିଆ ଗ୍ରାମର ରାମାବତୀ ପ୍ରଧାନ(୭୩) ପାଖ ଜଙ୍ଗଲକୁ ମହୁଲ ଗୋଟାଇବା ପାଇଁ ଯାଇ ନିଆଁ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡିଛନ୍ତି । ଜଙ୍ଗଲରେ କୌଣସି ଦୃର୍ବୁତ୍ତ ନିଆଁ ଲଗାଇବା ଦ୍ବାରା ଜଙ୍ଗଲ ସାରା ନିଆଁ ବ୍ୟାପି ଯାଇଥିଲା । ଏହି ସମୟରେ ବୃଦ୍ଧା ଜଣକ ନିଆଁକୁ ଆୟତ୍ତ କରିବାକୁ ଯାଇ ଏହି ଅଘଟଣ ଘଟିଥିବା ଜଣାପଡିଛି । ଖବର ପାଇଁ ଗ୍ରାମବାସୀ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଗୋଷ୍ଠୀ କେନ୍ଦ୍ରରେ ମୃତଦେହ ବ୍ୟବଛେଦ କର୍ମଚାରୀ ପଦବୀ ଖାଲିଥିବା ଯୋଗୁଁ ସାଧାରଣରେ ଲୋକେ ହଇରାଣ ହରକତ ହେଉଛନ୍ତି । ଏହାକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅର୍ଚ୍ଚନା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଜୁଲିମା ଦଳବେହେରା, ନାରାୟଣ ପ୍ରସାଦ ମହାନ୍ତିଙ୍କ ସହ ଅନ୍ୟ ସଦସ୍ୟ ମାନେ ମେଡିକାଲରେ ପହଞ୍ଚି ଖାଲିଥିବା ବ୍ୟବଛେଦ ପଦବୀ ପୁରଣ କରିବା ସହ ମୃତ ବୃଦ୍ଧାଙ୍କ ପରିବାର ପାଇଁ ସହାୟତା ରାଶି ପ୍ରଦାନ ପାଇଁ ପ୍ରଶାସନକୁ ଦାବି ଜଣାଇଛନ୍ତି ।