ମହେନ୍ଦ୍ରଗିରି ମିଶନ ଟ୍ରଷ୍ଟ ପକ୍ଷରୁ ଆଶ୍ରମ ଓ ପର୍ଶୁରାମ କୁଣ୍ଡର ପୁନଃରୁଦ୍ଧାର ପାଇଁ ଦାବି ପତ୍ର …

ବ୍ରହ୍ମପୁର(ନିମାଇଁ ଚରଣ ପଣ୍ଡା) ତିତିଲି ବାତ୍ୟାର କ୍ଷତିଗ୍ରସ୍ତ ମହେନ୍ଦ୍ରଗିରି ଆଶ୍ରମ ଓ ପର୍ଶୁରାମକୁଣ୍ଡର ପୁନଃରୁଦ୍ଧାର ନିମନ୍ତେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ଏକ ଦାବି ପତ୍ର ମହେନ୍ଦ୍ରଗିରି ମିଶନ ଟ୍ରଷ୍ଟ ପକ୍ଷରୁ ରାଜ୍ୟପାଳଙ୍କୁ ଦିଆଯାଇଛି । ବିଜେପି ଜିଲ୍ଲା ସଭାପତି କାହ୍ନୁପତିଙ୍କ ନେତୃତ୍ୱରେ ପ୍ରାୟ ୨୫ଜଣ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଦାବିପତ୍ରକୁ   ନେଇ ଆଜି ଆର୍ଡିସିଙ୍କ ଦେଇଥିଲେ । ତିତିଲି ବାତ୍ୟାର ମହେନ୍ଦ୍ରଗିରି ଆଶ୍ରମ, ଯଜ୍ଞଶାଳା, ଅତିଥିଭାବନ, ବିଶ୍ରାମ ମଣ୍ଡପ, ଗନ୍ତାଘର ପ୍ରଭୃତି ସମ୍ପୂର୍ଣ ନଷ୍ଠ ହୋଇଯାଇଥିବା ବେଳେ ଆଶ୍ରମର ଅନ୍ନଯଜ୍ଞ ପରସିବା ପାଇଁ ଥିବା ସମସ୍ତ ଆସବାବପତ୍ର ଭାସି ନଷ୍ଟ ହୋଇଯାଇଛି । ଆଶ୍ରମର ପାଦଦେଶରେ ଥିବା ପର୍ଶୁରାମ କୁଣ୍ଡ, ଯଜ୍ଞଶାଳା, ବିଶ୍ଵନାଥ ମନ୍ଦିର, ଆଶ୍ରମ ଗୃହ, ନବଗ୍ରହ ପୀଠ ଆଦି ବନ୍ୟା ଓ ବାତ୍ୟାରେ ଧ୍ୱଂସ ହୋଇଯାଇଥିବାରୁ ଏହାର ପୁନଃନିର୍ମାଣ ପାଇଁ ରାଜ୍ୟସରକାର ଅନୁଦାନ ମଂଜୁର କରିବାକୁ ଦାବିକରି ଏହି ଦାବିପତ୍ର ଦିଆଯାଇଥିବା ପ୍ରକାଶ ।      

2 thoughts on “ମହେନ୍ଦ୍ରଗିରି ମିଶନ ଟ୍ରଷ୍ଟ ପକ୍ଷରୁ ଆଶ୍ରମ ଓ ପର୍ଶୁରାମ କୁଣ୍ଡର ପୁନଃରୁଦ୍ଧାର ପାଇଁ ଦାବି ପତ୍ର …

  1. Many , many thanks for the participants and others who has taken such type of dedicated bold steps towards re-settlement of World’s No.- 1 pilgrim place. But I am doubt about Govt action in this regard ,as because the each action of present Odisha Govt based upon vote collection only, leaving permanent development

Comments are closed.