
ଗୃହ ଦେଉଳର ଜୀବନ୍ତ ଦେବତା
ଅଟ ତୁମେ ମୋର ମାଆ
ମମତାମୟୀ ଗୋ ସ୍ନେହ ତରଙ୍ଗିଣୀ
ସନ୍ତାନର ତୁମେ ସାହା ।।
ପ୍ରାଣ ପୂଜାବେଦୀ ଆସ୍ଥାନରେ ମୋର
ଲେଖା ଅଛି ତୁମ ନାମ
ମାଆ ବୋଲି ଥରେ ଡାକିଦେଲେ ପରା
ମନ ହୁଏ ଭୟ ଶୂନ୍ୟ ।।
ମାଆ ଅଟ ତୁମ୍ଭେ ସୃଷ୍ଟି କାରିଣୀ ଗୋ
ପାଳନ କର୍ତ୍ତ୍ରୀ ବି ତୁମେ
ସହନଶୀଳାରେ ତୁମପରି କିଏ
ଅଛି କୁହ ଧରାଧାମେ ।।
ସନ୍ତାନ ମଙ୍ଗଳ ଇଚ୍ଛ ସବୁବେଳେ
ସଦା ହସହସ ମୁଖେ
ନୀଳଚକ୍ର ନେତ ତୁମରି ପଣତ
ଲାଗେ ମତେ ଯେବେ ଦେଖେ ।।
ପଣତ ତୁମର ସୁରକ୍ଷା କବଚ
ନଥାଏ କାହାକୁ ଡର
ଗର୍ବରେ ଛାତି ଫୁଲି ଉଠୁଥାଏ
ନିର୍ଭୟେ ରହି ସ୍ଥିର ।।
ଅଭୟ ଦାୟିନୀ ତୁମେ ଗୋ ଜନନୀ
ଆଶିଷ ତୁମ୍ଭଙ୍କୁ ମାଗେ
ତୁମ୍ଭ ଆର୍ଶୀବାଦ ଝରୁ ମୋ ମଥାରେ
ବାଞ୍ଛା ମୋର ଅନୁରାଗେ ।।
ଆଜିର ଦିନରେ ପ୍ରଣତି ଜଣାଏ
ଶୀ ଚରଣେ ମାଆ ତବ
ମମତା ଫଲ୍ଗୁର ସ୍ୱଚ୍ଛ ମନ୍ଦାକିନୀ
ମୋ ମାଆ ପରି କିଏ ହେବ ।।
କମଳିନୀ ଦେବୀ
ଇଉନିଟ୍-୬, ଭୂବନେଶ୍ୱର