ମାଓବାଦୀ ଆକ୍ରମଣରେ ସହିଦ ଯବାନ ଓ ସାମ୍ବାଦିକଙ୍କୁ ରାୟଗଡାରେ ଶ୍ରଦ୍ଧାଞ୍ଜଳି

ରାୟଗଡା(ସମୃଦ୍ଧ ଓଡିଶା) : ଛତିଶଗଡ ଦାନ୍ତେୱାଡା ଜିଲାରେ ମାଓବାଦୀ ଆକ୍ରମଣରେ ସହିଦ ହୋଇଥିବା ଫଟୋ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁଙ୍କ ସହ ଏସଆଇ ରୁଦ୍ରପ୍ରତାପ, କନେଷ୍ଟବଳ ମଙ୍ଗୁଲୁ ମାନଦେବ ଏବଂ ରାକେଶ କୌଶଳଙ୍କୁ ରାୟଗଡା ଜିଲା ସମ୍ବାଦିକ ସଙ୍ଘ ଓ ପ୍ରେସ ୟୁନିୟନ ପକ୍ଷରୁ ମିଳିତ ଭାବେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ରାୟଗଡା ସ୍ଥିତ ମହାତ୍ମାଗାନ୍ଧି ପାର୍କ ସମ୍ମୁଖରେ କ୍ୟାଣ୍ଡେଲ ଜାଳି ସହିଦଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଗତ କିଛି ଦିନ ଧରି ମାଓବାଦୀ ଖୁବ ସକ୍ରିୟ ରହିଥିବା ବେଳେ ନିୟମିତ ବ୍ୟବଧାନରେ ଯାବାନଙ୍କ ଉପରେ ଆକ୍ରମଣ ଚାଲିଛି । ଏହି ଥର ଆକ୍ରମଣରେ ମାଓବାଦୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଛାଡି ନାହାନ୍ତି ଯାହାକି ଅତି ଦୁର୍ଭାଗ୍ୟଜନକ ବୋଲି ସାମ୍ବାଦିକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ଏଥିରେ ରାୟଗଡା ଏସ୍ ପି ରାହୁଲ ପି.ଆର, ଥାନା ଆଇଆଇସି କୃଷ୍ଣଚନ୍ଦ୍ର ଭାତ୍ର, ବରିଷ୍ଠ ସାମ୍ବାଦିକ ଏନଏନ ପାଢ଼ି, ଜିଲା ସମ୍ବାଦିକ ସଙ୍ଘ ସଭାପତି ବିଜୟ ମିଶ୍ର, ସମ୍ପାଦକ ରବିନ୍ଦ୍ର ପାଟଖଣ୍ଡାଳ, ସ୍ମୃତି ରଞ୍ଜନ ମହାନ୍ତି, ତୁଷାର ରଞ୍ଜନ ସାହୁ, ପ୍ରେସ ୟୁନିୟନ ସଭାପତି ଦୟାନନ୍ଦ ଖାଡଙ୍ଗା, ମନୋଜ ସାହୁ, ସରୋଜ ସାହୁ, ସନ୍ତୋଷ ଦଳାଇ, ଶିବାଜୀ ଦାସଙ୍କ ସମିତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

ରିପୋର୍ଟ:ତୁଷାର ରଞ୍ଜନ ସାହୁ