ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର-ଖଡଗପୁର ଏକ୍ସପ୍ରେସ୍ ଲିମିଟେଡ ପକ୍ଷରୁ ୬୦ନଂ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ସଡକ ସୁରକ୍ଷା ସପ୍ତାହ ଅବସରରେ ଏକ ମାଗଣା ଚଢୁ ପରୀକ୍ଷା ଶିବିର ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ସାସ୍ୱତ ଓ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ବାଲେଶ୍ୱର ଅନୁକୂଲ୍ୟରେ ଏପରି ଶିବିର ଅନୁଷ୍ଠିତ ହୋଇଛି । ଏହାକୁ ଜଳେଶ୍ୱର ଥାନା ଭାରପ୍ରାପ୍ତ ଅଧିକାରୀ ଧନେଶ୍ୱର ସାହୁ ଉଦ୍ଘାଟନ କରି ଦୃଷ୍ଟି ଶକ୍ତି ଏକ ଅମୂଲ୍ୟ ସମ୍ପଦ, ପ୍ରତ୍ୟେକେ ସଚେତନ ହୋଂଇ ଚିକିତ୍ସିତ ହେବା ଉଚିତ୍ ବୋଲି କହିଥିଲେ । ଆୟୋଜିତ ସଚେତନତା ସଭାରେ ବାଲେଶ୍ୱର ଜିଲା ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତୀ ସଭାପତିତ୍ୱ କରିଥିବା ବେଳେ ବାଲେଶ୍ୱର-ଖଡଗପୁର ଏକ୍ସପ୍ରେସ ୱେର ପ୍ରଜେକ୍ଟ ମ୍ୟାନେଜର ନାରାୟଣଚନ୍ଦ୍ର ପାତ୍ର ଓ ମୁଖ୍ୟ ଅତିଥିଭାବେ ଜାତୀୟ ରାଜପଥ ପ୍ରାଧିକରଣର ଟେକ୍ନିକାଲ ମ୍ୟାନେଜର ଡି.କେ ଭାରତୀ ଯୋଗ ଦେଇ ରାଜପଥରେ ଗାଡି ଚାଳନା, କୃଷି କ୍ଷେତ୍ରରେ କାର୍ଯ୍ୟ କଲାବେଳେ, ଶିକ୍ଷାକ୍ଷେତ୍ରରେ ଶିକ୍ଷାଲାଭ ବେଳେ ଆଖିର ନିରାପତ୍ତା ଓ ଚିକିତ୍ସା ଆବଶ୍ୟକ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁଣ କୁମାର ଆରି, ଶଶିଭୂଷଣ କୁମାର, ଜଗଦିଶ୍ୱରା ରାଜ, ଏମ୍ଡି ହୁସେନ୍, ସାଗର ଆରୋରା, ଦୀପକ ତରାଇ, ଶ୍ରବଣ କୁମାର ରାୟ, ବ୍ରଜଶଂକର, ଦିଲ୍ଲିପ କୁମାର ଦାସ, ଉଲ୍ଲତ କୁମାର ଦାସ, ଅନୀଲ କୁମାର, ଅଭିଜିତ୍ ବେରା, ଶ୍ରବଣ ଠାକୁର, ଇଂ ହୃଷିକେଶ ସାହୁ, ଇଂ ଶଶାଙ୍କ ଶେଖର ଦେ, ସମାଜସେବୀ ସୁଦାମ ପାତ୍ର, ରବିନ୍ଦ୍ର ନାଥ ଦାସ, ରବିନ୍ଦ୍ର ବାରିକ ଓ ମନୋରଂଜନ ଦାସ ପ୍ରମଖୁ ଏହି ଶିବିରକୁ ପରିଚଳନା କରିଥିଲେ । ରୋଟାରୀ ଚକ୍ଷୁଚିକିତ୍ସାଳୟ ପକ୍ଷରୁ ବିଶ୍ୱଦିପ ପଣ୍ଡାଙ୍କ ତତ୍ୱାବଧାନରେ ୧୮୭ଜଣଙ୍କର ମୋତିଆବିନ୍ଦୁ ପରୀକ୍ଷଣ କରାଯାଇଥିଲା । ଏଥିରୁ ଗୁରୁତର ଥିବା ୩ଜଣଙ୍କୁ ବାଲେଶ୍ୱର ରୋଟାରୀ ଚିକିତ୍ସାଳୟକୁ ତୁରନ୍ତ ପଠାଯାଇଥିବା ବେଳେ ଅନ୍ୟ ୪୦ଜଣ ପରବର୍ତ୍ତୀ ସମୟରେ ଯିବେ ବୋଲି ସଭାରେ ସଭାପତିତ୍ୱ କରୁଥିବା ଚକ୍ରବର୍ତ୍ତୀ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା