

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ମଥୁରା ପଞ୍ଚାୟତ ସ୍ଥିତ କେଦାରେଶ୍ୱର ମହାଦେବ ମନ୍ଦିର ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱର ସ୍ଥିତ ଏକ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଏଜ ଓଡିଆର ତତ୍ୱାବଧାନରେ ଇଣ୍ଡିଆନ ୟୁଥ ଆସୋସିଏସନ ଓ ମଥୁରା ଗ୍ରାମ ବାସୀ ଓ ଗ୍ରାମ କମିଟିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହେଲ୍ପ ଏଜ ଓଡ଼ିଆର ପରିଚାଳକ ରବିନ୍ଦ୍ର ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସାମ୍ବାଦିକ ତଥା ସାମାଜିକ କର୍ମୀ ଅଶୋକ କୁମାର ତ୍ରିପାଠୀ ଓ ଆଇୱାଇଏ (IYA) ସଂଗଠନର ଏଚ.ଆର ପ୍ରଦୀପ୍ତ କୁମାର ସାହୁ, ଅମର ସାହୁ ଉପସ୍ଥିତ ଥିଲେ । ଏହାସହ ଦିଲ୍ଲିପ ସାହୁ, ରାଜେନ୍ଦ୍ର ଜେନା, ନାରାୟଣ ନାହାକ, ନୃସିଂହ ପ୍ରସାଦ ବିଷୋୟୀ, ସୁଶାନ୍ତ ସାହୁ, ବସନ୍ତ ସ୍ବାଇଁ, ସୁରେନ୍ଦ୍ର ନାହାକ ଓ ଟିଟୁ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଶିବିରରେ ଭୂବନେଶ୍ୱରର ଆମରୀ ହସ୍ପିଟାଲର ଖ୍ୟାତ ନାମା ଡାକ୍ତର ମାନେ ବିଭିନ୍ନ ରୋଗରେ ପୀଡିତ ଥିବା ବ୍ୟକ୍ତି ମାନଙ୍କର ସ୍ଵାସ୍ଥ୍ୟ ପରିକ୍ଷା କରିବା ସହିତ ଚିକିତ୍ସା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

