ଜଳେଶ୍ୱର/ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପାଇକସିଦା ଗ୍ରାମସ୍ଥ ତାଳଗଛିଆ ଗ୍ରାମର ହୃଷିକେଶ ବେହେରା ବାୟୋଗ୍ୟାସ ଦ୍ୱାରା ଦେଶୀ କଉମାଛ ଚାଷ କରି ନିଜକୁ ଆତ୍ମ ନିର୍ଭରଶୀଳ ହେବାକୁ ଚେଷ୍ଟା କରିଛନ୍ତି । କିଛିବର୍ଷ ପୂର୍ବେ ହୃଷିକେଷ ଆର୍ଥୀକ ଅବସ୍ଥା ଭଲ ନ ଥିବାରୁ ମ୍ୟାଟ୍ରକ ପରୀକ୍ଷାପରେ ସେ ମୁମ୍ବାଇ ଯାଇ ସେଠାରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ଉନ୍ନତ ବାୟୋଗ୍ୟାସ ପ୍ରଣାଳୀରେ ମାଛଚାଷ କରିବା ଶିଖିଥିଲେ । ଏହାପରେ ସେ ଗାଁକୁ ଫେରିଆସି ନିଜସ୍ୱ ଅର୍ଥରେ ଏକ ବାୟୋଗ୍ୟାସ ପ୍ରଣାଳୀରେ କଉମାଛ ଚାଷ କରିବା ଆରମ୍ଭ କରିଛନ୍ତି । ସେ ଗତ ଫେବୃଆରୀ ମାସରେ ୪ହଜାର କଉମାଛ ଜାଆଁଳ ଆଣି ମାଛଚାଷ ଆରମ୍ଭ କରିଥିବା ବେଳେ ଏବେ ତାହା ପ୍ରତ୍ୟେକ କଉମାଛର ଓଜନ ୭୦ଗ୍ରାମ ହୋଇଥିବା ଜଣାଯାଇଛି । ଏହାର ବଜାର ମୂଲ୍ୟ ୮୦ହଜାର ଟଙ୍କା ହେବ ବୋଲି କହିଛନ୍ତି । ଆଉ ୨ଟି ବାୟୋପ୍ଲାଣ୍ଟ ମାଧ୍ୟମରେ ମାଛଚାଷ କରିବା ପାଇଁ ଯୋଜନା କରିଥିବା ବେଳେ ତାଙ୍କୁ ଅର୍ଥ ବାଧକ ସାଜିଛି । ସରକାର ପ୍ରତ୍ସାହନ ଯୋଗାଇ ଦେଲେ ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ପ୍ରେରଣାର ମାର୍ଗ ଦେଖାଇବେ ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା