ମାଟ୍ରିକ ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀଙ୍କ ରାଜ୍ୟସ୍ତରରେ ଅଦ୍ଭୁତପୂର୍ବ ସଫଳତା:ଅଭିନନ୍ଦନ ଜଣାଇଲେ ଅଭିଭାବକ ଓ ଶିକ୍ଷକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପାସହାର ୭୦.୭୮ ପ୍ରତିଶତ ରହିଛି । ଗତବର୍ଷ ଏହା ଥିଲା ୭୬ ପ୍ରତିଶତ । ୮୨ଟି ସ୍କୁଲରେ ଫଳାଫଳ ଶୂନ ରହିଛି କେହି ଜଣେ ବି ପରୀକ୍ଷାର୍ଥୀ ପାସ କରିପାରିନାହାନ୍ତି । ୨୮୯ ସ୍କୁଲରେ ଶତପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । ମାଟ୍ରିକ ପରୀକ୍ଷାରେ ମୋଟ ୩ ଲକ୍ଷ ୯୭ ହଜାର ୧୨୫ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଏପଟେ ପରୀକ୍ଷାରେ ପୁଅଙ୍କ ତୁଳନାରେ ଝିଅମାନେ ଅଧିକ ଭଲ କରିଛନ୍ତି । ଏଥର ବି ପରୀକ୍ଷାରେ ଆଗରେ ଅଛନ୍ତି ଝିଅ ପଛରେ ପଡ଼ିଯାଇଛନ୍ତି ପୁଅ । ୨ ଲକ୍ଷ ୫ ହଜାର ୪୭୦ ଝିଅ ପାସ କରିଥିବାବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍ କରିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଏହି ବର୍ଷ ମୋଟ ୨୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୬୯ ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୦ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୫ ଜଣ ତୃତୀୟ ଶ୍ରେଣୀରେ ଉତିର୍ଣ୍ଣ ହୋଇ ରାଜ୍ୟସ୍ତରୀୟ ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି । ବିଦ୍ୟାଳୟର ପ୍ରଥମ ସ୍ଥାନରେ ଗାୟତ୍ରୀ ପାଢ଼ୀ ମୋଟ ୫୬୯ ମାର୍କ (୯୪.୮୩%), ଦ୍ୱିତୀୟ ସ୍ଥାନରେ ଆଦ୍ୟାଶା ମହାପାତ୍ର ୫୬୩ ମାର୍କ (୯୩.୮୩%), କୃତୀୟ ସ୍ଥାନରେ ୩ ଜଣ ଅଂଶୁମାନ ମହାପାତ୍ର, ନାନକ ଗୌଡ଼ ଓ ପ୍ରଜ୍ଞାସ୍ମିତା ମହାରଣା୫୯ ମାର୍କ (୯୩.୧୭%), ଚତୁର୍ଥ ସ୍ଥାନରେ ସୁଦୀପ୍ତ ପ୍ରସାଦ ବେହେରା ୫୫୭ (୯୨.୮୩%), ପଂଚମ ସ୍ଥାନରେ ୩ ଜଣ ଏ.ତୋଷାରତ ପାତ୍ର, ଜଗଦୀଶ ଦାସ, କେ.ଚନ୍ଦ୍ରଶେଖର ପାତ୍ର ୫୫୬ (୯୨.୬୭%) ଏବଂ ଷଷ୍ଠ ସ୍ଥାନରେ  ୨ ଜଣ ରୁଦ୍ରପ୍ରତାପ ପାଢ଼ୀ, ଜାହ୍ନବୀ ପ୍ରଧାନ ୫୫୫ (୯୨.୫%) ରହିଛନ୍ତି । ଏହି ପରୀକ୍ଷାରେ ଅବତିର୍ଣ୍ଣ ହୋଇଥିବା ମୋଟ ୨୮୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏ୧ ଗ୍ରେଡ ଅର୍ଥାତ ୯୦%ରୁ ଉଦ୍ଧ୍ୱର୍ରେ ୫୬ ଜଣ, ଏ୨ ଗ୍ରେଡ ଅର୍ଥାତ ୮୦%ରୁ ଉଦ୍ଧ୍ୱର୍ରେ ୧୨୫ଜଣ, ବି୧ ଗ୍ରେଡ ଅର୍ଥାତ ୭୦%ରୁ ଉଦ୍ଧ୍ୱର୍ରେ ୬୩ ଜଣ, ବି୨ଗ୍ରେଡ ଅର୍ଥାତ ୬୦%ରୁ ଉର୍ଦ୍ଧ୍ଵରେ ୨୫ଜଣ, ସି ଗ୍ରେଡରେ ୧୦ ଜଣ ଏବଂ ଡି ଗ୍ରେଡରେ ୫ ଜଣ ଉତିର୍ଣ୍ଣ ହୋଇ ବିଦ୍ୟାଳୟର ପୂର୍ବ ଗୌରବକୁ ବଜାୟ ରଖିଛନ୍ତି । ବିଦ୍ୟାଳୟର ଶିଶୁମାନଙ୍କ ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡ.ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ହରିକୃଷ୍ଣ ନାୟକ, ସମ୍ପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ରବୀନ୍ଦ୍ରନାଥ ଜେନା, ସଦସ୍ୟ ନୀଳକଣ୍ଠ ସାହୁ, ସଦସ୍ୟା ବାସନ୍ତୀ ବେହେରା, ଉପଦେଷ୍ଟା ଧର୍ମରାଜ ସାହୁ, ନରସିଂହ ଚୌଧୁରୀ, ସୁଦର୍ଶନ ପାଢ଼ୀ, ହରିକୃଷ୍ଣ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବି.ଗଜପତି ରାଓ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଏସ.ମୋହନ ରାଓ, ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା