


ଛତ୍ରପୁର (ସମୃଦ୍ଧ ଓଡିଶା) ଦ୍ରୁତ ଗତିରେ ଭୟଙ୍କର ବାତ୍ୟା ଫୋନି ମାଡି ଆସୁଛି ଓଡିଶାକୁ । ଯାହାକୁ ନେଇ ପ୍ରଶାସନ ସତର୍କ ରହି ଲୋକମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ଏମିତି କି କୌଣସି ଜୀବନ ନଷ୍ଟ ନ ହୋଇପାରିବ ତାହାକୁ ନେଇ ସୁରକ୍ଷା ବ୍ୟବସ୍ଥା କରିବାରେ ଲାଗି ପଡିଛି । ସମସ୍ତ ବିଭାଗର କର୍ମକର୍ତ୍ତାମାନେ ନିଜ ନିଜ କର୍ତ୍ତବ୍ୟ କରିବାରେ ଲାଗି ପଡିଛନ୍ତି । ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବି ବାତିଲ କରି ଦିଆଯାଇଛି । ଏହି ବାତ୍ୟା ଫୋନି ବହୁତ ଭୟଙ୍କର ହୋଇଥିବା ଜଣା ପଡୁଥିବାରୁ ଲୋକଙ୍କୁ କିପରି ବାତ୍ୟା ସ୍ଥଳକୁ ନିଆଯାଇ ସୁରକ୍ଷା ଦିଆଯାଇପାରିବ ସେହି ବ୍ୟବସ୍ଥା କରି ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ସୂଚନା ଦେଇ ଆଶ୍ରୟ ସ୍ଥଳୀକୁ ପଠାଇବାରେ ଲାଗି ପଡିଛନ୍ତି । କିଛି ଲୋକ ନିଜ ବାସ ସ୍ଥଳୀକୁ ଛାଡି ନ ଯିବାକୁ ପ୍ରସ୍ତୁତ ନଥିବାରୁ ସେମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଓ ଗଞ୍ଜାମ ଏସପି ବ୍ରଜେସ କୁମାର ରାଏ ବୁଝା ସୁଝା କରି ବାତ୍ୟା ଆଶ୍ରୟ ସ୍ଥଳୀକୁ ପଠାଉଛନ୍ତି । କିଛି ଅବୁଝା ଲୋକ ଯେଉଁମାନେ ନିଜ ଘରକୁ ଛାଡି ନ ଯିବାକୁ ଦୃଢ ନିଷ୍ପତି ନେଇ ବସି ରହିଥିବା ଲୋକଙ୍କ ଆଗରେ ହାତ ଯୋଡି ବାତ୍ୟା ସ୍ଥଳୀକୁ ଯିବା ପାଇଁ ଅନୁରୋଧ କରୁଥିବା ଜଣେ ଦକ୍ଷ ଆଇପିଏସ ଅଫିସର ବ୍ରହ୍ମପୁର ଏସପି ପିନାକୀ ମିଶ୍ର ତଳିଆ ଅଞ୍ଚଳ ଏବଂ ବସ୍ତି ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ଯିବା ପାଇଁ କହୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









