ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତ ମଇ ୮ ତାରିଖ ଠାରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ପାଇଁ ସକାଳ ୧୧ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ୨୦ ଘଣ୍ଟିଆ ସଟ ଡାଉନ ଘୋଷଣା କରିଛି । ବୁଗୁଡା ବ୍ଲକରେ ପ୍ରଥମ ପଞ୍ଚାୟତ ଭାବେ ମାଣିତରା ପଞ୍ଚାୟତ ଯିଏ କି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ପଞ୍ଚାୟତର ସମସ୍ତ ଗ୍ରାମରେ ସଟ ଡାଉନ ଲାଗୁ କରିଛନ୍ତି । ବୋଧହୁଏ ମାଣିତରା ପଞ୍ଚାୟତ ସାରା ଓଡ଼ିଶାରେ ପ୍ରଥମ ପଞ୍ଚାୟତ ଭାବେ କରୋନା ମୁକାବିଲା ପାଇଁ ଏହି କ୍ଷମତା ପ୍ରୟୋଗ କରିଛି । ଯାହା ଫଳରେ ସକାଳ ୭ ଘଣ୍ଟାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ କେବଳ ତେଜରାତି ଓ ପନିପରିବା ଦୋକାନ ଖୋଲା ରହିବା ସହ ଔଷଧ ଦୋକାନ ଦିନ ଓ ରାତି ଖୋଲା ରହିପାରିବ । ମାଣିତରା ପଞ୍ଚାୟତର କେବଳ ନଗୁଡୁ ଗ୍ରାମକୁ ବାଦଦେଲେ ଭୋଗଡା, ମାଣିତରା, ତାମ୍ବୀରି, ମକରାପଲ୍ଲୀ, ସାପୁଆପଲ୍ଲୀ ଓ ମଙ୍ଗରାଜପୁର ଗ୍ରାମର ମଧ୍ୟ ଭାଗରେ ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ଫେରନ୍ତା ବ୍ୟକ୍ତିମାନେ ରହୁଥିବା ଯୋଗୁଁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ସଟ ଡାଉନ ଘୋଷଣା କରାଯାଇଥିବା ସରପଞ୍ଚଙ୍କ ପ୍ରତିନିଧି ବବୁଲ ନାୟକ ପ୍ରକାଶ କରିଛନ୍ତି । ମାଣିତରା ପଞ୍ଚାୟତର ସମସ୍ତ ଜନସାଧାରଣ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା