ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବତନ ଡିଜିଙ୍କ ଇ-ମେଲ୍ ହ୍ୟାକ୍ ହେବା ଘଟଣା ସମ୍ପର୍କରେ କମିସନରେଟ୍ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କମିସନରେଟ୍ ପୋଲିସ ପାଖରେ ଆଉ ଏକ ସମାନ ଅଭିଯୋଗ ପହଞ୍ଚିଛି । ଜଣେ ପୂର୍ବତନ ଟାଣୁଆ ମନ୍ତ୍ରୀଙ୍କ ଇ-ମେଲ୍ ହାକିଂ ହୋଇଥିବା ଜଣାପଡିଛି । ଏନେଇ ପୂର୍ବତନ ମନ୍ତ୍ରୀ ଲିଖିତ ଭାବେ ଅଭିଯୋଗ କରି ନ ଥିଲେ ମଧ୍ୟ ଟେଲିଫୋନ୍ ଯୋଗେ ବରିଷ୍ଠ ଅଧିକାରୀଙ୍କୁ ଜଣାଇଛନ୍ତି । ରାଜଧାନୀରେ ଇ-ମେଲ୍ ହାକିଂ ନେଇ ଦୁଇଟି ଘଟଣା ଆସିବା ପରେ ଏବେ ସାଇବର ଅପରାଧୀମାନେ ଅଧିକ ସକ୍ରିୟ ହୋଇ ପଡିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ପୂର୍ବତନ ଡିଜି ବି ବି ମିଶ୍ରଙ୍କ ଇ-ମେଲ୍ ହାକରମାନେ ଯଦିଓ ତାଙ୍କୁ ଟଙ୍କା ମାଗିଥିଲେ ତେବେ ଏହାର କୌଣସି ଦୁରୁପଯୋଗ କରି ନ ଥିବା ଜଣାପଡିଛି । ସେ ଏହା ମଧ୍ୟରେ ତାଙ୍କ ପାସ୍ୱର୍ଡ ପରିବର୍ତ୍ତନ କରି ଦେଇଛନ୍ତି । ତଥାପି ଏହି ଘଟଣାର ତଦନ୍ତ ଚାଲିିଥିବା ନୂଆପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ‘ୟାହୁ’ ନିକଟକୁ ଖୁବ୍ଶୀଘ୍ର ପତ୍ର ଲେଖାଯିବ ବୋଲି ଜଣାପଡିଛି ।
ରିପୋର୍ଟ : ଆକାଶ ମିଶ୍ର