ଜଳେଶ୍ୱର (ସମୃଦ୍ଧ ଓଡିଶା) ସମବାୟ ବ୍ୟାଙ୍କରେ ଋଣ ଆଣିଥିବା ଜଣେ କିସାନ୍ କ୍ରେଡିଟ୍ କାର୍ଡ ଧାରୀ ମାତ୍ର ୧୨ଟଙ୍କା ଜମାରଖି ବୀମା କରିଥିବା ବେଳେ ହଠାତ୍ ତାଙ୍କ ମୃତ୍ୟୁରେ ତାଙ୍କ ବିଧବାପତ୍ନ ୫ଲକ୍ଷ ଟଙ୍କା ପାଇପାରିଛନ୍ତି । ଘଟଣାରୁ ପ୍ରକାଶ, ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣନାଥ ସେବାସମବାୟ ସମିତିରେ ସେହି ଗ୍ରାମର ସୀତାରାମ ଜେନା ନାମକ ଜନୈକ କୃଷକ ଋଣ ନେବା ସହିତ ୧୨ଟଙ୍କାର ଏକ ବୀମା ପ୍ରଚଳିତ ନିତୀନିୟମ ଅନୁସାରେ ରଖିଥିଲେ । କିନ୍ତୁ ଗତ ୧୬-୫-୧୯ରିଖରେ ସେ ତାଙ୍କ ଘରର ନଡିଆ ଗଛରୁ ନଡିଆ ତୋଳୁଥିବା ବେଳେ ତଳେ ପଡିଯାଇ ମୃତ୍ୟୁବରଣ କରିଥିଲେ । ରାଜ୍ୟ ସରକାରଙ୍କ ସମବାୟ ନିୟମ ଅନୁଯାୟୀ ସୀତାରାମଙ୍କ ବିଧବା ସ୍ତ୍ରୀ ଛବିରାଣୀ ଜେନାଙ୍କୁ ଆଜି ସେବା ସମବାୟ ସମିତି ପରିସରରେ ଅନୁଷ୍ଠିତ ଏକ ବୈଠକରେ ସମିତି ସଭାପତି ତ୍ରିଦୀପ କୁମାର ପ୍ରଧାନ, ବ୍ୟାଙ୍କ ଶାଖା କରିଚାଳକ ମୃତ୍ୟୁଞ୍ଜ ପ୍ରଧାନ, ସୁପରଭାଇଜର ନିରଞ୍ଜନ ଦାସ, ସଂପାଦକ ରଘୁନାଥ ବେହେରା ଓ ଅନ୍ୟ ପରିଚାଳନା କମିଟିର ସଦସ୍ୟ/ସଦସ୍ୟାଙ୍କ ଉପସ୍ଥିତିରେ ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା