ବ୍ରହ୍ମପୁର(ସମୃଦ୍ଧଓଡିଶା) ଭାରତ ସମେତ ବିଶ୍ବ ର ବହୁ ଦେଶରେ ମାନବ ଅଧିକାର କ୍ଷୁର୍ଣ୍ଣ ହେଉଛି। କର୍ପର୍ଟ ହାଉସ, ପୋଲିସ, ଅସାମାଜିକ ବ୍ୟକ୍ତି ଙ୍କ ଦ୍ଵାରା ବହୁ ସମୟରେ ନିରୀହ ନାଗରିକ ମାନେ ଶୋଷିତ, ନିର୍ଯ୍ୟାତିତ ହେଉଥିବା ବେଳେ ସରକାର, ସମ୍ବିଧାନ ତୁରନ୍ତ ନ୍ୟାୟ ଦେବା ବା ସମସ୍ୟାର ସମାଧାନ କରିବାରେ ଅହେତୁକ ବିଳମ୍ବ କରିବା ଯୋଗୁ , ନିର୍ଯ୍ୟାତିତ ମାନେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଓ ଗଣ ମାଧ୍ୟମର ସହଯୋଗ ନେଇଥାନ୍ତି।ଏଣୁ ସମାଜସେବୀ ଅନୁଷ୍ଠାନମାନେ ନିସ୍ୱାର୍ଥ ପର ଭାବେ ସେବା ଯୋଗାଇଦେବା ନିମନ୍ତେ ଖୋଡାସୀଙ୍ଗି ସ୍ଥିତ ନେନା ସେଲିବ୍ରେସନ ସମ୍ମିଳନୀ ପ୍ରକୋଷ୍ଠ ଅନ୍ତରରାଷ୍ଟ୍ରୀୟ ମାନବାଧିକାର ପରିଷଦର 14 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଶିଷ୍ଟ ସମାଜସେବୀ ତଥା ଆନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ର ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆହ୍ବାନ କରିଛନ୍ତି l ଶ୍ରୀ ସାବତ ପ୍ରଦୀପ ପ୍ରଜ୍ବଳନ ସହ କେକ କାଟି ଉତ୍ସବ କୁ ଉଦଘାଟନ କରିଥିଲେ। ପ୍ରଥମେତ ପ୍ରାତଃ ସମୟରେ ପରିଷଦର ସମସ୍ତ ସଦସ୍ୟ ଲାଞ୍ଜିପଲ୍ଲୀସ୍ଥିତ ଦୀପ ସାହିକୁ ଯାଇ ସେଠାର ଅlବାଳ ବୃଦ୍ଧବନିତାକୁ ଅନ୍ତରରାଷ୍ଟ୍ରୀୟ ମାନବାଧିକାର ପରିଷଦ ବିଷୟରେ ଅବଗତ କରାଇଥିଲେ ଏବଂ ସେମାନଙ୍କୁ ଏ,ଆଶ୍ବସ୍ତି ଦେଇଥିଲେଯେ ଜୀବନର ସୁଖ ଦୁଃଖ ସବୁପର୍ଯ୍ୟାୟରେ ଏହି ପରିଷଦ ତାଙ୍କ ସହିତ ଅଛି ଏବଂ ତାଙ୍କୁ ତାଙ୍କ ଅଧିକାର ପାଇବାରେ ସାହାଯ୍ୟ କରିବ l ତାପରେ ପରିଷଦର ସଦସ୍ୟବୃଦ ଯାଇଥିଲେ ପଣ୍ଡା କଲନିସ୍ଥିତ ମେରିଲାକ ମର୍ସିହୋମ, ବୃଦ୍ଧାଶ୍ରମକୁ l ସେଠାରେ ମା ମାନଙ୍କର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାର ସମାଧାନ କରିବା ସହିତ, ସେମାନଙ୍କ ସହିତ ସବୁ ସମୟରେ ରହି ତାଙ୍କ ଅଧିକାର ପାଇବାରେ ସାହାଯ୍ୟ କରିବେ ବୋଲି ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲେ l ପରିଶେଷରେ ଅପରାହ୍ନରେ ଏହି ପରିଷଦର ସଦସ୍ୟମାନେ ମହାପ୍ରଭୁଙ୍କ ପାଖରେ ଦୀପ ପ୍ରଜ୍ବଳନକରି ନିଜର ଦାୟିତ୍ୱ ସୁଚାରୁରୂପେ ପାଳନ କରିବେ ବୋଲି ସଂକଳ୍ପ ନେଇଥିଲେ l ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ହୋତା,ରାଜ୍ୟ ସଭାପତି ସାଇ ପ୍ରସାଦ ପରିଡା, ରାଜ୍ୟ ଖାଦ୍ୟ ଅଧିକାରୀ ବିଷ୍ଣୁ ଚରଣ ନାୟକ, ରାଜ୍ୟ ସଂଗଠନ ସମ୍ପାଦକ ରାମକୃଷ୍ଣ ଚର୍ଚ୍ଚି, ରାଜ୍ୟ ସହସମ୍ପାଦକ ଶ୍ରୀକାନ୍ତ ଚନ୍ଦ୍ର ସାବତ, ରାଜ୍ୟ ସାଧାରଣ ସମ୍ପାଦକ ଅଜିତ କୁମାର ରାଉଳ, ରାଜ୍ୟ କାର୍ଯ୍ୟନିବାହୀ ସଭାନେତ୍ରୀ ଶ୍ରୀମତୀ ଶୋଭାରାଣୀ, ଜିଲ୍ଲା ବୋର୍ଡ଼ ସଭାନେତ୍ରୀ ସରିତା ପଣ୍ଡା, ଜିଲ୍ଲା ଉପସଭାନେତ୍ରୀ ରୁନା ପାଣିଗ୍ରାହୀ, ଜିଲ୍ଲା ସଭାପତି ( ସିଭିଲ ) ଶିବରାମ ମହାରଣା, ଜିଲ୍ଲା ସମ୍ପାଦକ ଅଶୋକ କୁମାର ପାଳ, ଜିଲ୍ଲା ଯୁବ ସମ୍ପାଦକ କିରଣ କୁମାର ସାହୁ, ଜିଲ୍ଲା ଉପସଭାପତି ଜି. ପ୍ରକାଶ ପାତ୍ର, ଆଞ୍ଚଳିକ ଉପସଭାପତି କୈଳାସ ପାଢ଼ୀ, ବଲାଙ୍ଗୀର ଜିଲ୍ଲା ସଦସ୍ୟା ବିନ୍ଦ୍ୟାରାଣୀ ମିଶ୍ର ଏବଂ ଭୁବଵେଶ୍ୱର କାର୍ଯ୍ୟାଳୟର ଅଧିକାରୀ ମିସ ସୁଜାତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l