

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭୁବନେଶ୍ୱର ଆଶ୍ରମର ମହାତ୍ମା ଅଜପାନନ୍ଦ ଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାନବ ଉତଥାନ ସେବା ସମିତି ଶାଖା ଢେଙ୍କାନାଳ ତରଫରୁ ମିଶନ ଏଜୁକେସନର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାପୁର ଛଦେଶ ଅଂଚଳର ଲେମ୍ବୁବାରି ପ୍ରାଥମିକ ବିଦ୍ୟାଳୟ, ଟେଣୁଆ ପ୍ରାଥମିକ ବିଦ୍ୟାଳୟ, ରଙ୍ଗିଆ ପଳା ପ୍ରାଥମିକ ବିଦ୍ୟାଳୟ ଏବଂ କରଡାମଡା ପ୍ରାଥମିକ ବିଦ୍ୟାଳୟରେ ପାଠ୍ୟ ଉପକରଣ ବିତରଣ କରାଯାଇଛି । ଏହି ବିତରଣ କାର୍ଯ୍ୟକ୍ରମରେ ଢେଙ୍କାନାଳ ଶାଖାର ରାଜକିଶୋର ପ୍ରଧାନ(ଜିଲ୍ଲା ପ୍ରଧାନ), ପଙ୍କଜ ଲୋଚନ ପଣ୍ଡା(ଜିଲ୍ଲା ସଚିବ), ରାଜେଶ କୁମାର ପଣ୍ଡା(ଜିଲ୍ଲା ସଂଯୋଜକ), ଜ୍ୟୋତିକୃଷ୍ଣ ପଣ୍ଡା, ସଞ୍ଜୟ କୁମାର ପଣ୍ଡା, ଦିଲ୍ଲୀପ କୁମାର ସାହୁ, ଏଲିନା ମହାରଣା, ସତ୍ୟବ୍ରତ ମହାରଣା, ଆଶୁତୋଷ ଜେନା ଉପସ୍ଥିତ ହୋଇ ପରିଚାଳନା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
