

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପକଣ୍ଠ ମା’ରାମଚଣ୍ଡୀ ପୀଠର ବିକାଶ ନିମନ୍ତେ ବରିଷ୍ଠ ନେତୃତ୍ତ୍ୱମାନେ ରବିବାର ଦିନ ପରିଦର୍ଶନ କରିଛନ୍ତି । ନବନିର୍ମିତ ମନ୍ଦିର ଏବଂ ବେଢ଼ା ପରିସରରେ ଉନ୍ନୟନ ଯୋଜନା ସରକାରୀ ଓ ବେସରକାରୀ ସ୍ତରରେ ପ୍ରଗତି ହୋଇଆସିଛି । ସୂଚନା ଯୋଗ୍ୟ ଯେ’ ରବିବାର ଦିନ ଏହି ମନ୍ଦିର ପରିସରରେ ଏକ ନବନିର୍ମିତ ଶୌଚାଳୟର ଆନୁଷ୍ଠାନିକ ଉଦ୍ଘାଟନ ହୋଇଛି । ଏହା ସାଂଗକୁ ଏଠାରେ ଏକ ମାର୍କେଟ କମ୍ପ୍ଲେକ୍ସ ଓ ରୋଷେଇଶାଳା ନିମନ୍ତେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି l ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ତଥା ପ୍ରାକ୍ତନ ବିଧାନସଭା ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଉଦ୍ଘାଟନୀ ଓ ଭିତ୍ତିପ୍ରସ୍ତର କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କ୍ୟୁୟର୍ସ ପକ୍ଷରୁ ଅରୁଣ ଶତପଥୀଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


