

ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡା ସ୍ଥିତ ମଝିଘରିଆଣି ମନ୍ଦିର ନିକଟରେ ଥିବା ରେଳବାଇ ବ୍ରିଜ ପାଖରେ ଏକ ମାଲଗାଡିର ଇଂଜିନଟି ୱାଗନରୁ ଅଲଗା ହୋଇଯାଇଥିବା ବେଳେ ଇଂଜିନଟି କିଛିବାଟ ଅତିକ୍ରମ କରି ପୁଣି ପଛକୁ ଫେରିଥିଲା ପରେ ରେଳବାଇ କର୍ତ୍ତୃପକ୍ଷ ମାନେ ଇଂଜିନର ୱାଗନ ସହ ଲିଙ୍କକୁ ଯୋଡିବାକୁ ପ୍ରାୟ ୪୫ମିନିଟ ଲାଗିଥିଲା । ପରେ ଟ୍ରେନକୁ ଛଡ଼ାଯାଇଥିଲା । ଏହି ଟ୍ରେନଟି ବିଶାଖାପାଟନମରୁ ଭିଲାଇ ଯାଉଥିଲା । ତେବେ ଏନେଇ ରାୟଗଡା ରେଳବାଇ ଷ୍ଟେସନ ମାଷ୍ଟ୍ରଙ୍କୁ ପଚାରିବାରୁ ଏହା ଏକ ସାମାନ୍ୟ ଘଟଣା ଓ ଏଥିଯୋଗୁଁ କାହାର ବିଶେଷ କିଛି କ୍ଷତି ହୋଇନାହିଁ ବା କୋଣସି ଟ୍ରେନ ସମୟରେ ପରିବର୍ତ୍ତନ କରାଯାଇନାହିଁ ବୋଲି ସେ କହିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ