

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ଷ୍ଟାଡିୟମ ଠାରେ ମାଳିଝୋଳା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସ ପାଳିତ ହୋଇଯାଇଛି । ଏଥିରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିକେଟ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଖେଳାଳିମାନେ ଉପସ୍ଥିତ ରହିଥିଲେ ।


ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ନକର ଭାବିନିପୁର ଗ୍ରାମର ପ୍ରୋଜେକ୍ଟ ୟୁପି ସ୍କୁଲକୁ ଅପ ଗ୍ରେଡେଡ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଞ୍ଚାୟତ ସରପଞ୍ଚଙ୍କ ସମେତ ଶିକ୍ଷକ ନେତା ରାଜେନ୍ଦ୍ର ପଣ୍ଡା, ଗ୍ରାମ୍ୟ କମିଟି ସଭ୍ୟ କୈଳାସ ଶତପଥି, ବରିଷ୍ଠ ଶିକ୍ଷକ ଲକ୍ଷ୍ମୀକାନ୍ତ ଶତପଥି, ଯୁବନେତା ଭୁଲା ରାଉଳ, ବାବୁ ମହାରଣା, ରାଜେନ୍ଦ୍ର ସାହୁ, ଟୁନା ଦାସ, ସମାଜସେବୀ ରାଜେନ୍ଦ୍ର ଦାସ ପ୍ରମୁଖ ମାନ୍ୟବର ଶିକ୍ଷା ମନ୍ତ୍ରୀ ସମିର ଦାସଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ମହୋଦୟ ମାନ୍ୟବର ଗୋପାଳପୁର ବିଧାୟକଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


