
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ଓମିକ୍ରନ ନାମକ ଏକ ମାରତ୍ମକ କୋରନା ଭାଇରସ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିବାରେ ଲାଗିଛି ଆଉ ଏହି ମହାମାରୀକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସଚେତନତା କରାଇଲେ ମଧ୍ୟ କଟକଣାକୁ ମାନିବାକୁ ନାରାଜ ସାଧାରଣ ଜନତା । ତେଣୁ ରାଜ୍ୟ ସରକାର ଧୀରେ ଧୀରେ ବିଭିନ୍ନ ସ୍ଥାନରେ କୋରନା କଟକଣା ଆରମ୍ଭ କରିଲେଣି । ଏହି କ୍ରମରେ ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଗାନ୍ଧିନଗରରେ ଥିବା ଶଙ୍କର ପାତ୍ରଙ୍କ ଔଷଧ ଦୋକାନୀ ମାଲିକ ଏବଂ କର୍ମଚାରୀ ବିନା ମାସ୍କରେ ବ୍ୟବସାୟୀ କରୁଥିବା ସମୟରେ ବିଏମସି କମିଶନର ଡ଼. ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ନଜରରେ ପଡିଥିଲା । ସେ ଦୋକାନୀ ମାଲିକ ଓ କର୍ମଚାରୀଙ୍କୁ ତାଗିଦ ମଧ୍ୟ କରିଥିଲେ । ଆଜି ବିଏମସି କର୍ତ୍ତୃପକ୍ଷ ଉକ୍ତ ମେଡ଼ିସିନ ଦୋକାନକୁ ଆସି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଜରିମାନା ନେଇଛନ୍ତି । ମୁଖ୍ୟ କଥା ହେଲା ଦୋକାନୀ ଘଟଣାକୁ ନେଇ ବିବ୍ରତ ନ ହେବା ସହ ନିଜ ଭୁଲ ସ୍ବୀକାର କରିଛନ୍ତି ଏବଂ ସେ ୧୦ ହଜାର ଟଙ୍କା ଦେବାର ଭିଡିଓ କରି ରସିଦ ସହ ତାହାକୁ ସୋସିଆଲ ମିଡ଼ିଆରେ ଭାଇରଲ କରି ଅନ୍ୟ ଦୋକାନିଙ୍କୁ ମାସ୍କ ପିନ୍ଧିବାକୁ ସଚେତନ ମଧ୍ୟ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
