ମା’ ଖମ୍ବେଶ୍ୱରୀ ଶକ୍ତି ପୀଠରେ ସ୍ୱଛତା କାର୍ଯ୍ୟକ୍ରମ

ରାଉରକେଲା(ସମୃଦ୍ଧଓଡିଶା) ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ବାସନ୍ତୀ କଲୋନୀ ସ୍ଥିତ ମା ଖମ୍ବେଶ୍ବରୀ ଶକ୍ତି ପୀଠ, ରାଉରକେଲାର ସଦସ୍ୟ ମାନଙ୍କ ଆଗ୍ରହ ଓ ଅନୁରୋଧ କ୍ରମେ, ଅଗ୍ରଣୀ ସାମାଜିକ ସଂଗଠନ “କ୍ଳୀନ ଓ ଗ୍ରୀନ” ର ସଦସ୍ୟମାନେ ମନୋଜ ନାୟକ ଙ୍କ ଆବାହକତ୍ୱ ତଥା ବରିଷ୍ଠ ସଦସ୍ୟ ସାଗର ପାଣି ଓ ଦୀନେଶ ସିଂ ଙ୍କ ନେତୃତ୍ୱ ରେ ମନ୍ଦିର ପ୍ରାଙ୍ଗଣରେ ସମବେତ ହୋଇଥିଲେ । ମନ୍ଦିର ପ୍ରାଙ୍ଗଣ ଓ ତତ ସଂଲଗ୍ନ ପରିସର ଅନାବନା ଘାସ ଓ ଛୋଟ ଛୋଟ ବୃକ୍ଷ ରେ ପରିପୂର୍ଣ୍ଣ ଥିଲା | ଉପସ୍ଥିତ ସଦସ୍ୟମାନେ ପ୍ରାୟ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ମନ୍ଦିର ପରିସର କୁ ସଫା କରି ସମ୍ପୂର୍ଣ୍ଣ ପରିସର କୁ ଏକ ନୂଆ ଜୀବନ ଦେଇଥିଲେ । ଏହି କାର୍ଯ୍ୟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ସହଯୋଗ କରିଥିଲେ । ଶେଷରେ କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସଦସ୍ୟ ପ୍ରଫୁଲ ପାତ୍ର ଙ୍କ ଶାନ୍ତି ମନ୍ତ୍ର ଓ ସାମୁହିକ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟ ସମାପନ କରାଯାଇଥିଲା । ଏହି ସ୍ବଛତା କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ଦୀନେଶ ସିଂ, ସାଗର ପାଣି, ମନୋଜ ନାୟକ, ବାବୁ ନାୟକ, ବାବୁସାନ,ଅଶୋକ ପଟେଲ , ପ୍ରଫୁଲ ପାତ୍ର,ପ୍ରଦୀପ୍ତ ଭୋଇ, ପିତାମ୍ବର ସେଠୀ ,ସତ୍ୟ ଦାସ , ସୁମନ୍ତ ଉପାଧ୍ୟାୟ, ଡି ପି ଦାସ ,ସୁଜିତ, ଜାଜ୍ଞବଲକ ମିଶ୍ର, ସୁରେଶ ଲେଙ୍କା, ଚନ୍ଦ୍ରକାନ୍ତ, ପ୍ରଦୀପ ପଟ୍ଟନାୟକ,ପ୍ରଦୀପ ପାତ୍ର ,ସୁବ୍ରଜିତ ବିଶ୍ୱାଳ,ପ୍ରଶାନ୍ତ ନାୟକ,ସୁକୁ କିଣ୍ଡୋ, ଅକ୍ଷୟ ବାବୁ,ଜ୍ଞାନଜିତ, ପ୍ରଦୀପ ସ୍ୱାଇଁ,କମଲେଶ ମିଶ୍ର, ବାପି, ହେମନ୍ତ, ସୂଦୀପ ଦତ୍ତ, ରାଜ କିଶୋର ସାମଲ, ମିନତୀ ମାମ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ : ସସ୍ମିତା ପ୍ରଧାନ ଓ ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *