ମା’ ତାରାତାରିଣୀ ପୀଠକୁ ଅଧ୍ୟାଦେଶ ଆଣି ସୁପରିଚାଳନା କରିବା ପାଇଁ ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ମା’ ତାରାତାରିଣୀ ପୀଠକୁ ଅଧ୍ୟାଦେଶ ଆଣି ପୁରୀ ଓ ଲିଙ୍ଗରାଜ ମନ୍ଦିର ଢାଞ୍ଚା ଭଳି ମନ୍ଦିରକୁ ପରିଚାଳନା କରିବା ସହ ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବା ସକାଶେ ବିଜେପିର ଏକ ପ୍ରତିନିଧୀ ମଣ୍ଡଳୀ ଶୁକ୍ରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହାସହ ମା ତାରାତାରିଣୀ ମନ୍ଦିରକୁ ବିଶ୍ୱ ଐତିହ୍ୟର ମାନ୍ୟତା ମିଳୁ, ଐତିହ୍ୟ, ସଂସ୍କୃତି ଏବଂ ସମସ୍ତ ପ୍ରକାର ରକ୍ଷଣା ବେକ୍ଷଣ ପାଇଁ ଜିଲ୍ଲାପାଳ ଏକ ପ୍ରସ୍ତାବ ଦେବା ସକାଶେ ଏହି ପ୍ରତିନିଧୀ ମଣ୍ଡଳୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ରାଜ୍ୟର ୪ଟି ମନ୍ଦିର ଯଥା – ତାରାତାରିଣି, ସମଲେଶ୍ୱରୀ, ବିରଜା ଓ ନୀଳମାଧବ ମନ୍ଦିରକୁ ଅଧ୍ୟାଦେଶ ଆଣି ଏହି ମନ୍ଦିର ଗୁଡିକର ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ । ୫୧ଟି ଶକ୍ତିପୀଠୁ ମା ତାରା ତାରିଣୀ ଶକ୍ତିପୀଠ ଅନ୍ୟତମ । ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଶ୍ରଦ୍ଧାର କେନ୍ଦ୍ର କୁହାଯାଉଥିବା ମା ତାରା ତାରିଣୀ ପୀଠକୁ ଅଧ୍ୟାଦେଶ ଆଣି ପୁରୀ ଓ ଲିଙ୍ଗରାଜ ମନ୍ଦିର ଭଳି ପରିଚାଳନା କରାଗଲେ ମା ତାର ତାରିଣୀ ଶକ୍ତିପୀଠର ସମସ୍ତ ପ୍ରକାର ରକ୍ଷଣା ବେକ୍ଷଣ ହୋଇପାରିବ ବୋଲି ଏହି ପ୍ରତିନିଧୀ ମଣ୍ଡଳୀ କହିଥିଲେ । ଏହି ଦାବୀପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା, ଘୁମୁଷର ଜିଲ୍ଲା ସଭାପତି ଗୋକୁଳନ୍ନ୍ ମଲ୍ଲିକ, ବିଜେପି ରାଜ୍ୟ ଉପସଭାପତି ଅନିତା ଶୂଭଦର୍ଶନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ମନୋରଞ୍ଜନ ଦ୍ୟାନସାମନ୍ତରାୟ ଓ ବିଜୟ କୁମାର ସ୍ୱାଇଁ, ଘୁମୁସର ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ,ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଛତ୍ରପୁର ପ୍ରଭାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଶିଶିର କୁମାର ମିଶ୍ର, କେ.ରଘୁନାଥ ଓ ବୃନ୍ଦାବନ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା