ମା ବଡ଼ରାଉଳ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ମା ବଡ଼ରାଉଳ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଦ୍ୱାରା ଆଜି ହାତୀବନ୍ଧ ହୁଡା ଠାରେ ୪୦ ଗୋଟି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି । ବନ ବିଭାଗ ସହଯୋଗରେ ଭଞ୍ଜନଗର ଏନ.ଏ.ସି କର୍ମକର୍ତ୍ତା ଓ ସମାଜ ସେବୀ ଶୂଳପାଣି ଶତପଥୀଙ୍କ ପରାମର୍ଶ କ୍ରମେ ବନ ମହୋତ୍ସବ ବାବଦରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ମଧ୍ୟ ହୋଇଯାଇଛି । ପ୍ରକାଶ ଯେ ପୂର୍ବରୁ ଚାରରୋପଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଏନ.ଏ.ସି ତରଫରୁ 71ତମ ବନ ମହୋତ୍ସବ ସମୟରେ ବିଭିନ୍ନ ଜାଗାରେ ଚାରା ରୋପଣ କାଯ୍ୟକର୍ମ ଗ୍ରହଣ କରା ଯାଇଥିଲା । ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ ଏନ.ଏ.ସିର ବହୁ କର୍ମଚାରୀ, ସ୍ଵଚ୍ଚ ସାଥୀ ଏବଂ ବନ ବିଭାଗର ଅଧିକାରୀ ACF ଏମ.ମୋତିଲାଲ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଚାରାରୋପଣ ପରେ ତାହାର ଯତ୍ନ ଓ ବଣର ସୁରକ୍ଷା ଜୀବନ ରକ୍ଷା ବାବଦରେ ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀଙ୍କୁ ଜନସାଧାରଣଙ୍କୁ ସଚେତନ କରିବା କୁହାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।

ରିପୋର୍ଟ : ନିଲୁ ବିଷୋୟୀ