ମିଲମାଲିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଘେରାଉ

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ଗଂଜାମ ଜିଲ୍ଲାର ଶତାଧିକ ମିଲର ମଙ୍ଗଳବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇ ୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରାରମ୍ଭରେ ସମସ୍ତ ମିଲର ମାଲିକ ସଙ୍ଘ ପକ୍ଷରୁ ଖାଦ୍ୟ ଯୋଗାଣ ଅଧିକାରୀ ଅନୁପସ୍ଥିତ ଥିବାରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ମିଲର ରଘୁନାଥ ଜ୍ୟୋତି, ପ୍ରମୋଦ କୁମାର ପାତ୍ର, ପ୍ରଭାତ ଖାଡ଼ଙ୍ଗା, ବିଷ୍ଣୁ ମୋହନ ଚଟପଧ୍ୟାୟ, କାୟାମୋହ ମାତଣ୍ଡଙ୍କ ସମେତ ସମସ୍ତ ମିଲର ଯୋଗଦେଇଥିଲେ ।