ଭୁବନେଶ୍ୱର(ସମୃଦ୍ଧ ଓଡିଶା) ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି ମୂଖ୍ୟମନ୍ତ୍ରୀ ବିଦା କଲେ କାହିଁକି ? ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱରେ ଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ଠାରୁ ମନ୍ତ୍ରୀ କାଡି ନେଲେ ମୂଖ୍ୟମନ୍ତ୍ରୀ ଠିକ ୨ ତିନି ଘଣ୍ଟା ନ ପୁରୁଣୁ ସଚିବ ବି ଗଲେ ତା ପୂର୍ବରୁ ବ୍ୟକ୍ତିଗତ ସଚିବ ଯାଇଥିଲେ ହେଲେ ତୁମର ବେଷ୍ଟ ଏଫର୍ଟ କୋଉଠି ରହିଲା ? ତୁମ ବିଭାଗକୁ ନିକଟରେ ସମୀକ୍ଷା କରିଥିଲେ ମୂଖ୍ୟମନ୍ତ୍ରୀ । ଯଦିଓ ମୁଖ୍ୟମନ୍ତ୍ରୀ ବିଭାଗର ଭଲ ଚାହୁଁଛନ୍ତି ତୁମକୁ କାଡ଼ିଲେ କାହିଁକି ? ତମେ ସବୁ ବିଭାଗର ଅଙ୍ଗାର ଅପାରଗ । ମୂଖ୍ୟମନ୍ତ୍ରୀ ଯାହା କରିଛନ୍ତି ପ୍ରାଣୀର ମଙ୍ଗଳ ସକାଶେ । ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋହିତ ପୂଜାରୀଙ୍କୁ ଗତକାଲି ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଶ୍ରୀ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ। ହେଲେ ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି। ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମୋତେ ବହୁତ ଆଶୀର୍ବାଦ ଦେଇଥିଲେ। ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାରେ ମୋର ଦୁଃଖ ନାହିଁ। ଆଗକୁ ଆହୁରି ଶିଖିବି, ଯାହା ଦାୟିତ୍ୱ ଦେବେ କରିବି।ମୁଖ୍ୟମନ୍ତ୍ରୀ ବିଗତ ଦିନରେ ବହୁତ ଆଶୀର୍ବାଦ କରିଛନ୍ତି। ମତେ ଜିଲ୍ଲା ସଭାପତି କରିଥିଲେ। ଲିପ୍ଟ ଇରିଗେସନ୍ ବିଭାଗ ଚେୟାରମ୍ୟାନ୍ କରିଥିଲେ। ଦୁଇଦୁଇ ଥର ବିଜେଡି ଟିକେଟ ଦେଇଥିଲେ ଓ ଡେପୁଟୀ ଚିଫ୍ ହୁଇପ୍ କରିଥିଲେ। ଏବେ ମନ୍ତ୍ରୀ ମଧ୍ୟ କରିଥିଲେ। ମୋ ପକ୍ଷରୁ ସବୁ ପ୍ରକାର ପ୍ରୟାଶ କରିଛି। ଯଦି କୌଣସି କାରଣରୁ ମୁଖ୍ୟମନ୍ତ୍ରୀ ମୋର ଏଫଟରେ ସନ୍ତୁଷ୍ଟ ନ ଥିବେ ତେବେ ଏଥିପାଇଁ ଦୁଃଖ ନାହିଁ। ମୁଁ ନୂଆରେ ମନ୍ତ୍ରୀ ହୋଇଥିଲି, ଆଗକୁ ସମୟ ଅଛି ଓ ଶିଖିବା ସହ କାମ କରିବି। ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ଆଗକୁ କରିବି। ମୋର ଯାହା ପ୍ରୟାଶ ଥିଲା ସେଥିରେ ଆଉ କିଛି କରିବି ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଶା ଥିଲା। ତାହା ବୋଧହୁଏ ପୂର୍ଣ୍ଣ ହୋଇପାରିନି। ବୋଧହୁଏ ସେଥିପାଇଁ ସେ ମୋତେ ବାଦ୍ ଦେଇଛନ୍ତି। ଉନ୍ନତିକରଣ ଏକ ଧାରାବାହିକ ପ୍ରକ୍ରିୟା, ମୋ ଠାରୁ ଆରମ୍ଭ ହେଉନି କି ମୋ ଠାରେ ସରୁନି। ବିଗତ ଦିନରେ ଭଲ କାମ ହୋଇଛି, ଆଗକୁ ଆହୁରି ଭଲ କାମ ହେବ ବୋଲି ଶ୍ରୀ ପୂଜାରୀ କହିଥିଲେ ମଧ୍ୟ ମନ୍ତ୍ରୀ ପଦଟି ହଠାତ ଚାଲିଗଲା ନା ହୃଦୟରେ କୋହ ଜଳୁଥିବା ଭଳି ଲାଗୁଥିଲା ।