ଜଳେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ କର୍ମତର୍ତ୍ପର ଅଭିଯାନ (ମୁକ୍ତା) ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ୫ଟିର ରୂପାନ୍ତିକରଣ କାର୍ଯ୍ୟକ୍ରମରେ ଜଳେଶ୍ୱର ବ୍ଳକ ଆଭାସୀ ଆଲୋଚନା ଗୃହରେ ବିଜୁ ଯୁବ ଓ ଛାତ୍ରଙ୍କ ସହିତ ଆଲୋଚନା ହୋଇଥିବାରୁ ବିଜେପି ଯୁବମୋର୍ଚ୍ଚା ଏହାକୁ ବିରୋଧ କରିଛି । ସରକାରୀ ପଦାଧିକାରୀଙ୍କ ସହିତ ବିଜୁ ଯୁବ ଓ ଛାତ୍ରଜନତା ସଦସ୍ୟଙ୍କୁ ଏକ ସରକାରୀ କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଥିବାରୁ ଏହାର ସ୍ପଷ୍ଟିକରଣ ଲୋଡିଛି ବିଜେପି ଯୁବମୋର୍ଚ୍ଚା । ବିଡିଓ କିମ୍ବା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍ବିଧାନିକ ପଦମର୍ଯ୍ୟଦାକୁ ଭୁଲି ବିଜୁ ଜନତା ଦଳର ହାତବାରିଛି ସାଜିଥିବାରୁ ଏ ସମ୍ପର୍କରେ ସେମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସରକାରୀ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ସମ୍ବିଧାନ ବିରୋଧ । ଭବିଷ୍ୟତରେ ଏଭଳି ହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ବୋଲି ଯୁବମୋଚ୍ଚା ଟାଉନ୍ ସଭାପତି ରବିନ୍ଦ୍ର କୁମାର ପାତ୍ର, ଜିଲା ସଂପାଦକ ରାମକୃଷ୍ଣ ସାହୁ, କମଳଲୋଚନ ପାଳ, ମୋହନ ଆଚାର୍ଯ୍ୟ, ରାଜୀବ କୁମାର ଘୋଷ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନରେ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଭୂପତି ପରିଡା