ଜଳେଶ୍ୱର (ସମୃଦ୍ଧ ଓଡିଶା) କାଶ୍ମୀର ପୁଲୱାମା ଠାରେ ଲୋମହର୍ଷଣ ଘଟଣା ଓ ବର୍ବୋରଚିତ ଆକ୍ରମଣରେ ୪୪ଜଣ ସିଆର୍ପିଏଫ ଜବାନଙ୍କ ସହିଦ ଘଟଣାରେ ସମଗ୍ର ବିଶ୍ୱ ସ୍ତମ୍ବିଭୂତ ଥିବା ବେଳେ ସେମାନଙ୍କୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ପ୍ରଦାନ ଓ ସେମାନଙ୍କର ଆତ୍ମାର ସଦଗତି ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ୨ମିନିଟ୍ ନିରବ ପ୍ରାର୍ଥନ କରିବାକୁ ନିବେଦନ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବ୍ଲକରେ ଥିବା ୨୩୭ ପ୍ରାଥମିକ ବିଦ୍ୟାଳୟ, ୬୦ଟି ଉଚ୍ଚ ବିଦ୍ୟାଳୟ ୭ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୨ମିନିଟ୍ ନିରବ ପ୍ରାର୍ଥନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ହାଇସ୍କୁଲ ପ୍ରାଙ୍ଗଣରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସମବେତ ହୋଇ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ନିରବ ପ୍ରାର୍ଥନା କରିଥିଲେ । ଆମ୍ବଳିଅଠା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀଙ୍କ ଗହଣରେ ଜଣେ ସନ୍ୟବାହିନୀର ପୂର୍ବତନ ସୁବେଦାର ତଥା ରାଷ୍ଟପତି ପଦକପ୍ରାପ୍ତ ରାମଚନ୍ଦ୍ର ଦାସ ଉପସ୍ଥିତ ରହି ନିରବ ପ୍ରାର୍ଥନାରେ ଭାଗ ନେଇଥିଲେ । ପ୍ରଦୀପ ପ୍ରଜ୍ଜଳନ କରି କୋହଭରା ହୃଦୟରେ ଏକ ମାର୍ମିକ ସମବେଦନ ଜ୍ଞାପ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା