ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ଐତିହାସିକ ସହର ବ୍ରହ୍ମପୁର ସହରର ଜଳର ଆବଶ୍ୟକତା ମେଣ୍ଟାଇବା ପାଇଁ ୧୯୦୫ ମସିହାରେ ବ୍ରହ୍ମପୁର ସହର ଉପକଣ୍ଠ ଦକ୍ଷିଣପୁର ଠାରେ ତତକାଳୀନ ବ୍ରିଟିଶ ସରକାରଙ୍କ ଦ୍ୱାରା ଏକ ଜଳଭଣ୍ଡାର ତିଆରି କରାଯାଇଥିଲା । କ୍ରମେ ଜନସଂଖ୍ୟା ଏବଂ ସହରର ପରିସୀମା ବୃଦ୍ଧି ଆଖି ଆଗରେ ରଖି ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀଭଲ୍ଲଭ ପଟ୍ଟନାୟକ ୧୯୮୦ ମସିହାରେ ବ୍ରହ୍ମପୁର ସହରର ଜଳକଷ୍ଟ ମେଣ୍ଟାଇବା ନିମନ୍ତେ ଛତ୍ରପୁରର ମାଧପୁର ଠାରେ ଆଉ ଏକ ଜଳ ପ୍ରକଳ୍ପ ନିର୍ମାଣ କରିଥିଲେ । ଏହି ଘଟଣାକୁ ଦୀର୍ଘ ବର୍ଷ ବିତି ଯାଇଛି । ସେତେବେଳର ବ୍ରହ୍ମପୁର ସହରର ଆୟତନ, ପରିସୀମା, ଜନସଂଖ୍ୟା ଓ ଆଜିର ବ୍ରହ୍ମପୁର ମଧ୍ୟରେ ଆକାଶ ପାତାଳର ବ୍ୟବଧାନ ଦେଖା ଦେଇଛି । ହୁ ହୁ ହୋଇ ବଢୁଥିବା ଜନସଂଖ୍ୟା ତଥା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଯୋଗୁଁ ଜଳକଷ୍ଟ ଆକାଶ ଛୁଆଁ ହୋଇଛି । ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜୁ ଜନତା ଦଳ ସରକାର ଜଳକଷ୍ଟ ଦୂର କରିବାରେ ବିଫଳ ହୋଇଛନ୍ତି । ବ୍ରହ୍ମପୁର ସହରର ଜନସାଧାରଣ ତଥା କଂଗ୍ରେସ ଦଳର ଦାବି ଆଗରେ ସରକାର ମୁଣ୍ଡ ନୁଆଇଁ ଏବଂ ୨୦୧୩ ମସିହା ସେତେବେଳେ ପୌର ଓ ସାଧାରଣ ନିର୍ବାଚନକୁ ଆଖି ଆଗରେ ରହି ବ୍ରହ୍ମପୁର ସହର ଠାରୁ ୫୮ ପ୍ରତିଶୃତି ଦେଇଥିଲେ ୨ ବର୍ଷ ମଧ୍ୟରେ ସହରର ଜଳ କଷ୍ଟ ଦୂର କରିବାକୁ, ଇତି ମଧ୍ୟରେ ୫ ବର୍ଷ ବିତିଯାଇଛି ଏବଂ ଆଉ ଏକ ୨୦୧୯ ସାଧାରଣ ନିର୍ବାଚନକୁ ସହରବାସୀ ସମ୍ମୁଖୀନ କରିବାକୁ ଯାଉଛନ୍ତି । ଜାନିବିଲି ପ୍ରକଳ୍ପ ଶେଷ ହୋଇପାରିଲା ନାହିଁ । ୪୮୮ କୋଟି ଟଙ୍କାର ଜାନିବିଲି ମେଗା ଜଳପ୍ରକଳ୍ପର କାର୍ଯ୍ୟକୁ ଅତିନିମ୍ନମାନରେ ଠିକା ସଂସ୍ଥା ସବୁ ନିୟମ କାନୁନକୁ ଉଲଘ୍ନ କରି ବେଫିକର କରି ଚାଲିଛି । ସରକାରୀ ସମୟସୀମା ଗଡି ଯାଇଛି, କେବେ ପ୍ରକଳ୍ପ ସରିବ ଠିକା ସଂସ୍ଥା କିମ୍ବା ସରକାରୀ ବାବୁମାନଙ୍କ ପାଖରେ ହିସାବ ନାହିଁ । ସ୍ଥାନୀୟ ନେତୃତ୍ୱଙ୍କର ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସହରବାସୀଙ୍କ ପାନୀୟ ଜଳକଷ୍ଟ ସବୁ ସୀମା ଲାଗିଛି । ଅତଏବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଆଡେ ଏହି ଅଧୁରା ପ୍ରକଳ୍ପକୁ ଉଦଘାଟନ କରି ନିଜର ବିକାଶ ପୁରୁଷର ଛବି ତଥା ନିଜ ଦଳର ସଫଳତା ବଖାଣିବାକୁ ସ୍ଥିର କରିଛନ୍ତି । ତେଣୁ ଏହି ଦିନ ଗଂଜାମ ଜିଲ୍ଲାର ଯୁବ କଂଗ୍ରେସ ବିରୋଧ ପ୍ରଦର୍ଶନ କରିବା ସହ ସହରର ଜନସାଧାରଣଙ୍କୁ କରୁଛି ମୁଖ୍ୟମନ୍ତ୍ରୀଙ୍କ ମିଛ ଉଦଘାଟନ ଭ୍ରମରୁ ଦୁରେଇ ରୁହନ୍ତୁ । ଏଥିରେ କାର୍ଯ୍ୟକାରୀ ସଭାପତି ଦୀପକ କୁମାର ପଟ୍ଟନାୟକ, ଲୋକସଭା ମଣ୍ଡଳୀରୁ ଯୁବ କଂଗ୍ରେସ ସଭାପତି ବିଷପ ଜିତ ପାତ୍ର, ବିଜୟ ରାଜ ପାଣିଗ୍ରାହୀ, ଅତୁଲ୍ୟ ପାଢ଼ୀ, କେ. କାଷି, ସୁନୀଲ ମହାଙ୍କୁଡ, ଜଗନ୍ନାଥ ପାଣିଗ୍ରାହୀ, ଜଗନ୍ନାଥ ପାତ୍ର, କୈଳାସ ସାହୁ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା